Monday, October 12, 2026
24.4 C
Odisha

    ଏହି ଦେଶରେ ଆତ୍ମହତ୍ୟା କରୁଛନ୍ତି ସର୍ବାଧିକ ଲୋକ

    ଆଗକୁ ପଢନ୍ତୁ

    ଜୋହାନ୍ସବର୍ଗ: ଆତ୍ମହତ୍ୟାକୁ ଏକ ମାନସିକ ସମସ୍ୟା ବୋଲି କୁହାଯାଇଥାଏ। ପୃଥିବୀରେ ଟେଲିଗ୍ରାଫ ରିପୋର୍ଟ ଅନୁସାରେ ପ୍ରତିବର୍ଷ ୭ ଲକ୍ଷ ଲୋକ ବିଭିନ୍ନ କାରଣରୁ ଆତ୍ମହତ୍ୟା କରୁଥିବା କୁହାଯାଇଛି। ବିଶ୍ବସ୍ବାସ୍ଥ୍ୟ ସଂଗଠନ ଆତ୍ମହତ୍ୟାକୁ ଏକ ଗୁରୁତର ସାର୍ବଜନୀକ ସ୍ବାସ୍ଥ୍ୟ ସମସ୍ୟା ଭାବେ ବିଚାର କରାଯାଇଛି।
    ବିଶ୍ବର ଏକ ଛୋଟ ଦେଶ ଲେସୋଥୋରେ ଆତ୍ମହତ୍ୟା ହାର ସର୍ବାଧିକ ରହିଛି। ଲେସୋଥୋ ଅଫ୍ରିକାର ଏକ ଛୋଟ ଦେଶ। ଭିନ୍ନ ଭିନ୍ନ କାରଣରୁ ଏଠାକାର ଲୋକେ ଆତ୍ମହତ୍ୟା କରୁଥିବା କୁହାଯାଉଛି। କେହି କେହି ଅନାଥ ହୋଇ ଏପରି କରୁଥିବାବେଳେ ଅନ୍ୟକେହି ଭଲ ଚାକିରି ନ ପାଇ ଆତ୍ମହତ୍ୟା କରୁଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି।
    ଏହାର ଜନସଂଖ୍ୟା ୨୩ ଲକ୍ଷ। ଦେଶରେ ପ୍ରତି ଲକ୍ଷେ ଲୋକଙ୍କ ମଧ୍ୟରୁ ୮୭.୫ ଆତ୍ମହତ୍ୟା ହୋଇଥାଏ। ଇଂଲଣ୍ଡରେ ଏହା ୧୦.୭ ଥିବାବେଳେ ସାଇପ୍ରସରେ ୩.୫, ଗ୍ରୀସରେ ୪, ଇଟାଲୀରେ ୫‌.୬ ଏବଂ ସ୍ଲୋଭାକିଆରେ ୬.୯ ରହିଛି।
    ଦେଶରେ ବଢୁଥିବା ଆତ୍ମହତ୍ୟା ନେଇ ସରକାରଙ୍କ ଚିନ୍ତା ବଢ଼ିବାରେ ଲାଗିଛି। ରିପୋର୍ଟ ଅନୁସାରେ ଦେଶରେ ବୃଦ୍ଧି ପାଉଥିବା ଦାରିଦ୍ର୍ୟତା, ଯୁବବର୍ଗଙ୍କ ପାଇଁ ଯୋଜନାର ଅଭାବ, ଅତ୍ୟଧିକ ନିଶାର ବ୍ୟବହାର, ପ୍ରବାସୀ ଶ୍ରମିକଙ୍କ ସମସ୍ୟା ଏହାର ମୁଖ୍ୟ କାରଣ।
    ବହୁବର୍ଷ ପର୍ଯ୍ୟନ୍ତ ଦେଶର ନାଗରିକମାନେ ଦକ୍ଷିଣ ଆଫ୍ରିକାର ଖଣିରେ କାମ ପାଇଁ ଘର ଛାଡିବା ଦ୍ବାରା ପାରିବାରିକ ଜୀବନ ଉପରେ ନକାରାତ୍ମକ ପ୍ରଭାବ ବଢ଼ିବାରେ ଲାଗିଥିଲା। ଦେଶରେ ପୁରୁଷଙ୍କ ଆତ୍ମହତ୍ୟା ହାର ଅଧିକ ରହିଛି।

    ଆର୍ଥିକ ସଙ୍କଟ ଯୋଗୁ ନିଯୁକ୍ତି ସୁଯୋଗ‌ କମ୍ ଥିବାବେଳେ ପରିବାରର ପୁରୁଷଙ୍କ ଉପରେ ଘର ଚଳାଇବା ବୋଝ ପଡୁଛି। ସ୍ତ୍ରୀ ଏବଂ ସନ୍ତାନମାନଙ୍କ ଆବଶ୍ୟକତା ପୂରଣ ନ କରି ପାରି ପୁରୁଷମାନେ ଶେଷରେ ନିରୁପାୟ ହୋଇ ଆତ୍ମହତ୍ୟା କରୁଥିବା ରିପୋର୍ଟରେ ଦର୍ଶାଯାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.4 ° C
    24.4 °
    24.4 °
    78 %
    0.5kmh
    0 %
    Mon
    29 °
    Tue
    30 °
    Wed
    30 °
    Thu
    31 °
    Fri
    31 °

    ସମ୍ବନ୍ଧିତ