Friday, April 3, 2026
39 C
Odisha

    ମୋଦି ସରକାରଙ୍କ ସଫଳତାର ସୁଦୁର ପ୍ରଚାର ଓ ପ୍ରସାର ପାଇଁ ଡିଜିଟାଲ ଯୁଗରେ “ନମୋ ଆପ୍‌”ର ଭୁମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ : ମନମୋହନ ସାମଲ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର, ତା.୦୮/୦୧: ସବକା ସାଥ୍‌, ସବକା ବିକାଶ, ସବକା ବିଶ୍ୱାସ, ସବକା ପ୍ରୟାସକୁ ଆଧାର କରି ଭାରତବର୍ଷକୁ ଏକ ବିକଶିତ ରାଷ୍ଟ୍ର ଭାବେ ଗଢି ତୋଳିବା ପାଇଁ ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସଂକଳ୍ପବଦ୍ଧ ଏବଂ ଏଥି ପାଇଁ କାର୍ଯ୍ୟରତ । ୨୦୧୪ ମସିହା ପରଠାରୁ ପ୍ରଧାନମନ୍ତ୍ରୀ ମୋଦିଜୀଙ୍କ ନେତୃତ୍ୱରେ ଅନେକ ଜନକଲ୍ୟାଣକାରୀ ଯୋଜନାର ସଫଳ ରୁପାୟନ କରାଯାଇଛି । ଏ ସମସ୍ତ ଯୋଜନାର ସୁଫଳ ଲୋକଙ୍କ ପାଖରେ ପହଂଚିବା ସହ ସବୁ ସ୍ତରରେ ବିକାଶ ହେବା ନିତ୍ୟାନ୍ତ ଆବଶ୍ୟକ । ଏଥି ପାଇଁ ଏହି “ବିକଶିତ ଭାରତ ସମ୍ପର୍କ ଯାତ୍ରା” ଜରିଆରେ କେନ୍ଦ୍ର ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାରୁ ବଂଚିତ ହୋଇଥିବା ବ୍ୟକ୍ତି ବିଶେଷଙ୍କଠାରୁ ଦରଖାସ୍ତ ଗ୍ରହଣ କରି ତାଙ୍କ ନାମକୁ ପଞ୍ଜୀକରଣ କାର୍ଯ୍ୟ କରାଯାଉଛି । ମୋଦିଜୀଙ୍କ ଗ୍ୟାରେଂଟି ଯୁବବର୍ଗଙ୍କ ଆତ୍ମନିର୍ଭର, କୃଷକଙ୍କ ଆର୍ôଥକ ଉନ୍ନତି, ଗରିବଙ୍କ ବିକାଶ ଓ ମହିଳା ସଶକ୍ତିକରଣକୁ ଦେଶବାସୀ ବିଶ୍ୱାସ କରୁଛନ୍ତି । ମୋଦିଜୀଙ୍କ ଗ୍ୟାରେଂଟି “ଓଡିଶାର ବିକାଶ” । ଆଜିର ଡିଜିଟାଲ ଯୁଗରେ ମୋଦି ସରକାରଙ୍କ ସଫଳତାର ସୁଦୁର ପ୍ରଚାର ଓ ପ୍ରସାର ପାଇଁ “ନମୋ ଆପ”ର ଭୁମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ କହିଛନ୍ତି । ଏହି ପରିପ୍ରେକ୍ଷୀରେ ଆଜି ରାଜ୍ୟସ୍ତରୀୟ “ନମୋ ଆପ୍‌-ବିକଶିତ ଭାରତ” ଆମ୍ବାସଡର ଅଭିଯାନ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ରାଜ୍ୟର ପ୍ରତ୍ୟେକ ଜିଲ୍ଲାରୁ ଶହ ଶହ କାର୍ଯ୍ୟକର୍ତା ଏହି କର୍ମଶାଳାରେ ଯୋଗ ଦେଇଥିଲେ । ଏହି କର୍ମଶାଳାରେ ନମୋ ଆପ୍ ରାଷ୍ଟ୍ରୀୟ ସଂଯୋଜକ ଶ୍ରୀ କୁଲଜୀତ ସିଂ ଚହଲ, ବିରୋଧୀ ଦଳ ନେତା ଶ୍ରୀ ଜୟନାରାୟଣ ମିଶ୍ର, ରାଜ୍ୟ ଉପସଭାପତି ବିରଂଚି ତ୍ରିପାଠୀ, ରାଜ୍ୟ ସାଧାରଣ ସଂପାଦକ ଶାରଦା ଶତପଥୀ, ଡ.ଯତୀନ ମହାନ୍ତି, ରାଜ୍ୟ ସଂପାଦିକା କସ୍ତୁରୀ ମିଶ୍ର, ସାମାଜିକ ଗଣମାଧ୍ୟମ ରାଷ୍ଟ୍ରୀୟ ସଂଯୋଜିକା ସୁଜାତା ପାଢୀ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ସଂଚାଳନା କରିଥିଲେ ।
    ଏହା ପରେ ଡା.ଐଶ୍ୱର୍ଯ୍ୟା ବିଶ୍ୱାଳଙ୍କ ନେତୃତ୍ୱରେ ମହିଳା ମୋର୍ଚ୍ଚା ଏବଂ ଶ୍ରୀ ଅଭିଳାଷ ପଣ୍ଡାଙ୍କ ନେତୃତ୍ୱରେ ଯୁବମୋର୍ଚ୍ଚାର ଶହ ଶହ କାର୍ଯ୍ୟକର୍ତାଙ୍କୁ ରାଷ୍ଟ୍ରୀୟ ସଂଯୋଜକ ଶ୍ରୀ ଚହଲ ନମୋ ଆପ ସଂପର୍କରେ ବିସ୍ତୃତ ଆଲୋଚନା କରିଥିଲେ ।
    ଓଡିଶାରେ ୩୦ ଲକ୍ଷ “ନମୋ ଆପ୍‌-ବିକଶିତ ଭାରତ” ଆମ୍ବାସଡର ଏହି କାର୍ଯ୍ୟରେ ସାମିଲ ହୋଇ ମୋଦି ସରକାରଙ୍କ ସମସ୍ତ ଜନକଲ୍ୟାଣ ଯୋଜନାର ସୁଫଳର ବାର୍ତାକୁ ଘରେ ଘରେ ପହଂଚାଇବେ । ୨୦୨୪ ସାଧାରଣ ନିର୍ବାଚନରେ କେନ୍ଦ୍ରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ ତୃତୀୟଥର ପାଇଁ ବିଜେପି ସରକାର କରିବାକୁ ଯାଉଥିବାବେଳେ ଓଡିଶାରେ ମଧ୍ୟ ବିଜେପି ପୂର୍ଣ୍ଣ ବହୁମତରେ ସରକାର ଗଠନ କରିବ । ଓଡିଶାରେ ମୋଦିଙ୍କ ଗ୍ୟାରେଂଟିକୁ ଘର ଘର ପହଂଚାଇବାରେ ଏହି ୩୦ ଲକ୍ଷ “ନମୋ ଆପ୍‌-ବିକଶିତ ଭାରତ” ଆମ୍ବାସଡର ବଡ ଭୁମିକା ନେବେ ବୋଲି ନମୋ ଆପ୍ ରାଷ୍ଟ୍ରୀୟ ସଂଯୋଜକ ଶ୍ରୀ କୁଲଜୀତ ସିଂ ଚହଲ କହିଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    39 ° C
    39 °
    39 °
    18 %
    4.1kmh
    1 %
    Fri
    40 °
    Sat
    39 °
    Sun
    37 °
    Mon
    39 °
    Tue
    38 °

    ସମ୍ବନ୍ଧିତ