Sunday, September 13, 2026
28.6 C
Odisha

    ହୃଦ୍‌ଘାତ ଆଣିପାରେ କରୋନାର ନୂଆ ଷ୍ଟ୍ରେନ୍‌

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: କୋଭିଡ-୧୯ର ନୂଆ ଷ୍ଟ୍ରେନ୍ ଏବେ ଭାରତ ସମେତ ଅନ୍ୟାନ୍ୟ ଦେଶରେ ବ୍ୟାପିବାରେ ଲାଗିଛି। ଏଥିଯୋଗୁଁ ସଂକ୍ରମିତଙ୍କ ସଂଖ୍ୟା ବଢ଼ିଚାଲିଛି। ତେବେ ଚିନ୍ତାଜନକ ବିଷୟ ହେଲା କରୋନାର ଏହି ନୂଆ ଷ୍ଟ୍ରେନ୍ ହୃଦ୍‌ଘାତ ସମେତ ଅନ୍ୟାନ୍ୟ ସ୍ବାସ୍ଥ୍ୟ ସମସ୍ୟା ସୃଷ୍ଟି କାରିପାରେ ବୋଲି ଜାପାନୀ ବିଶେଷଜ୍ଞମାନେ କରିଥିବା ଏକ ଅନୁଧ୍ୟାନରୁ ଜଣାଯାଇଛି। ଜାପାନର ଶୀର୍ଷ ଗବେଷଣା ପ୍ରତିଷ୍ଠାନ ରିକେନର ବୈଜ୍ଞାନିକମାନେ ଏକ ନୂଆ ରିପୋର୍ଟରେ ସତର୍କ କରାଇ ଦେଇଛନ୍ତି ଯେ ଏସ୍‌୨ ରିସେପ୍ଟର ଯାହା କରୋନା ଭୂତାଣୁକୁ ମନୁଷ୍ୟ କୋଷରେ ଧରି ରଖିବାରେ ସହାୟକ ହୋଇଥାଏ ସେଗୁଡ଼ିକ ସାଧାରଣତଃ ହୃତ୍‌ପିଣ୍ଡରେ ରହିଥାନ୍ତି। ଅର୍ଥାତ୍ ଯେଉଁ ଲୋକମାନେ କରୋନା ଭୂତାଣୁ ଦ୍ବାରା ସଂକ୍ରମିତ ହୁଅନ୍ତି ସେମାନଙ୍କ ହୃତପିଣ୍ଡର କାର୍ଯ୍ୟ ହ୍ରାସ ପାଇଥାଏ। ତେଣୁ ସାର୍ସ କୋଭ-୨ର ଲଗାତାର ସଂକ୍ରମଣ ଭବିଷ୍ୟତରେ ହୃଦଘାତକୁ ବିପଦକୁ ବଢ଼ାଇ ଦେଇଥାଏ ବୋଲି ରେଡକ୍ଲିଫ ‌ଲାବ୍‌ସର ମେଡିକାଲ ଲାବୋରେଟୋରି ଡାଇରେକ୍ଟର ଡାକ୍ତର ସୋହିନୀ ସେନଗୁପ୍ତା କହିଛନ୍ତି। ତେବେ ଉକ୍ତ ଭାରିଆଣ୍ଟର ସମ୍ଭାବ୍ୟ ପ୍ରଭାବକୁ ସ୍ପଷ୍ଟ କରିବା ଲାଗି ଆହୁରି ଅଧିକ ଗବେଷଣା ଆବଶ୍ୟକ। ତେବେ କରୋନା ସଂକ୍ରମଣକୁ ଏଡ଼ାଇବା ଲାଗି ପଦକ୍ଷେପ ନେବାକୁ ବିଶେଷଜ୍ଞମାନେ ପରାମର୍ଶ ଦେଇଛନ୍ତି। ବାରମ୍ବାର ହାତ ଧୋଇବା, ସନ୍ତୁଳିତ ଖାଦ୍ୟ ଖାଇବା, ଶାରୀରିକ ବ୍ୟାୟାମ କରିବା, ମାସ୍କ ପିନ୍ଧିବା, ସାମାଜିକ ଦୂରତା ଅବଲମ୍ବନ କରିବା ଆଦି ଉପରେ ବିଶେଷଜ୍ଞମାନେ ଗୁରୁତ୍ବାରୋପ କରିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    28.6 ° C
    28.6 °
    28.6 °
    76 %
    1.1kmh
    71 %
    Sun
    28 °
    Mon
    30 °
    Tue
    31 °
    Wed
    31 °
    Thu
    31 °

    ସମ୍ବନ୍ଧିତ