Sunday, October 4, 2026
22.7 C
Odisha

    ଦ୍ବିତୀୟ ବିବାହ ପରେ ମଲାଇକାଙ୍କୁ ଅନଫଲୋ କଲେ ଅରବାଜ୍ !

    ଆଗକୁ ପଢନ୍ତୁ

    ମୁମ୍ବାଇ: ବଲିଉଡ୍ ଅଭିନେତା ତଥା ପ୍ରଯୋଜକ ଅରବାଜ ଖାନ, ମେକଅପ୍ ଆର୍ଟିଷ୍ଟ ଶୁରା ଖାନଙ୍କୁ ଡିସେମ୍ବର ୨୪ରେ ବିବାହ କରିଥିଲେ। ବହୁଦିନରୁ ଦୁହେଁ ପରସ୍ପରକୁ ଡେଟ୍ କରୁଥିବା କୁହାଯାଇଥିଲା। ରବିବାର ଅରବାଜଙ୍କ ଭଉଣୀ ଅର୍ପିତା ଖାନ ଶର୍ମାଙ୍କ ଘରେ ଏହି ଦମ୍ପତି ନିରାଡ଼ମ୍ବର ଭାବରେ ବିବାହ କରିଥିଲେ। ବିବାହରେ କେବଳ ଘନିଷ୍ଠ ବନ୍ଧୁ ଓ ପରିବାର ଲୋକେ ଉପସ୍ଥିତ ଥିଲେ। ବିବାହ ପରେ ସୋସିଆଲ ମିଡିଆରେ ସେ ସମୟରେ ଅନେକ ଭିଡିଓ ଭାଇରାଲ ହୋଇଥିବା ବେଳେ ଏବେ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଚର୍ଚ୍ଚା ହେଉଛି ଯେ, ଦ୍ବିତୀୟ ବିବାହ ପରେ ଅରବାଜ୍, ଇନଷ୍ଟାରେ ମଲାଇକାଙ୍କୁ ଅନଫଲୋ କରିଛନ୍ତି। ଜାତୀୟ ଗଣମାଧ୍ୟମ ନିଉଜ୍ ୧୮, ୨ଟି ସ୍କ୍ରିନସଟ ‌ସେୟାର କରିଛି, ଯେଉଁଥିରେ ଅରବାଜ୍, ମଲାଇକାଙ୍କୁ ଅନଫଲୋ କରିଥିବା ଦେଖାଯାଇଛି। ତେବେ ସେ ଦ୍ବିତୀୟ ବିବ‌ାହ ପରେ ନା ପୂର୍ବରୁ ମଲାଇକାଙ୍କୁ ଅନଫଲୋ କରିଛନ୍ତି ତାହା ଜଣାପଡ଼ିନାହିଁ। ୨୦୧୭ରେ ଚର୍ଚ୍ଚା ହୋଇଥିଲା ଯେ, ଛାଡ଼ପତ୍ର ପରେ ଅରବାଜ୍, ମଲାଇକାଙ୍କୁ ଅନଫଲୋ କରିଥିଲେ ବି ୨୦୧୭ରେ ପୁଣି ତାଙ୍କୁ ଫଲୋ କରିଥିଲେ। ହେଲେ ଏବେ ଅରବାଜ୍ ତାଙ୍କୁ ଫଲୋ କରୁନଥିବା ଦେଖାଯାଇଛି। ଅନ୍ୟପକ୍ଷରେ ମଲାଇକା ଏବେ ବି ଅରବାଜଙ୍କୁ ଫଲୋ କରୁଥିବା ଦେଖିବାକୁ ମିଳିଛି।

    ଉଲ୍ଲେଖଯୋଗ୍ୟ, ଅରବାଜ ତାଙ୍କ ଫିଲ୍ମ ‘ପଟନା ଶୁକ୍ଳା’ର ସୁଟିଂ ସମୟରେ ଶୁରାଙ୍କୁ ଭେଟିଥିଲେ। ଅଭିନେତା ପୂର୍ବରୁ ମଲାଇକା ଆରୋରାଙ୍କୁ ବିବାହ କରିଥିଲେ। ମାର୍ଚ୍ଚ ୨୦୧୬ରେ ସେମାନେ ବିଚ୍ଛେଦ ଘୋଷଣା କରିଥିବା ବେଳେ ୨୦୧୭ ମେ’ ୧୧ ତାରିଖରେ ସେମାନଙ୍କର ଆନୁଷ୍ଠାନିକ ଭାବେ ବିବାହ ବିଚ୍ଛେଦ ହୋଇଥିଲା। ୧୯ ବର୍ଷ ତଳେ ୧୯୯୮ ମସିହାରେ ସେମାନଙ୍କର ବିବାହ ହୋଇଥିଲା। ଅନ୍ୟ ପକ୍ଷରେ ଶୁରାଙ୍କ ଇନଷ୍ଟାଗ୍ରାମ ତଥ୍ୟ ଅନୁଯାୟୀ ସେ ବଲିଉଡ୍‌ର ଜଣେ ମେକ୍‌-ଅପ୍ ଆର୍ଟିଷ୍ଟ ଏବଂ ରବିନା ଟଣ୍ଡନ ଓ ତାଙ୍କ ଝିଅ ରାଶାଙ୍କ ସହ ଘନିଷ୍ଠ ଭାବେ କାର୍ଯ୍ୟ କରିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    22.7 ° C
    22.7 °
    22.7 °
    74 %
    1.5kmh
    1 %
    Sat
    22 °
    Sun
    30 °
    Mon
    30 °
    Tue
    31 °
    Wed
    31 °

    ସମ୍ବନ୍ଧିତ