Sunday, September 13, 2026
23 C
Odisha

    ନୀତି ଆୟୋଗ ବୈଠକରେ ନିତୀଶ କୁମାର ଅନୁପସ୍ଥିତ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଶନିବାର ଦିଲ୍ଲୀରେ ଅନୁଷ୍ଠିତ ନୀତି ଆୟୋଗ ବୈଠକରୁ ନିଜକୁ ଦୂରେଇ ରଖିଛନ୍ତି। ସେ ଏହି ବୈଠକରେ ଯୋଗ ଦେଇ ନ ଥିଲେ। ତେବେ ବିହାର ସରକାରଙ୍କ ତରଫରୁ ମୁଖ୍ୟ ସଚିବ ବ୍ରଜେଶ ମେହେରୋତ୍ରା ବୈଠକରେ ଯୋଗ ଦେଇଥିଲେ। ପଲ୍‌ଟୁ ରାମ ପୁଣି ପଲ୍‌ଟି ମାରିବେ କି ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି। ତେବେ ଏହି ପ୍ରସଙ୍ଗରେ ଦଳ ପକ୍ଷରୁ କୁହାଯାଇଛି ଯେ ଏହି ବୈଠକରେ ଉଭୟ ଉପମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ ଏବଂ ବିଜୟ କୁମାର ସିହ୍ନା ପ୍ରତିନିଧିତ୍ୱ କରିଛନ୍ତି। ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ ନୀତୀଶଙ୍କ ଅନୁପସ୍ଥିତିର କାରଣ ଏପର୍ଯ୍ୟନ୍ତ ଜଣା ପଡିନାହିଁ। ଜନତା ଦଳ-ୟୁନାଇଟେଡ (ଜେଡିୟୁ) ମୁଖପାତ୍ର ନୀରଜ କୁମାର କହିଛନ୍ତି, ଏହା ପ୍ରଥମ ଘଟଣା ନୁହେଁ ଯେ ମୁଖ୍ୟମନ୍ତ୍ରୀ ନୀତୀଶ ନୀତି ଆୟୋଗ ବୈଠକରେ ଯୋଗଦେଇ ନାହାନ୍ତି।

    ପୂର୍ବରୁ ଏହି ବୈଠକରେ ମଧ୍ୟ ମୁଖ୍ୟମନ୍ତ୍ରୀ ଯୋଗ ଦେଇ ନ ଥିଲେ ଏବଂ ବିହାରକୁ ତତ୍କାଳୀନ ଉପମୁଖ୍ୟମନ୍ତ୍ରୀ ପ୍ରତିନିଧିତ୍ୱ କରିଥିଲେ। ଏଥର ମଧ୍ୟ ଉଭୟ ଉପମୁଖ୍ୟମନ୍ତ୍ରୀ ଏହି ବୈଠକରେ ଯୋଗଦେଇଛନ୍ତି। କୁମାର ଏହା ମଧ୍ୟ କହିଛନ୍ତି, ବିହାରର ଚାରିଜଣ କେନ୍ଦ୍ର ମନ୍ତ୍ରୀ ମଧ୍ୟ ଆୟୋଗର ସଦସ୍ୟ ଏବଂ ଏହି ବୈଠକରେ ଉପସ୍ଥିତ ରହିଛନ୍ତି। ଏହା ଉପରେ କିଛି କହିବାର ଆବଶ୍ୟକତା ନାହିଁ।

    ନୀତି ଆୟୋଗର ପରିଚାଳନା ପରିଷଦର ନବମ ବୈଠକରେ ଭାରତକୁ ଏକ ବିକଶିତ ରାଷ୍ଟ୍ର କରିବା ଉଦ୍ଦେଶ୍ୟରେ ‘ବିକଶିତ ଭାରତ ୨୦୪୭’ ଡକ୍ୟୁମେଣ୍ଟ ଉପରେ ଆଲୋଚନା କରାଯାଇଛି। ପରିଚାଳନା ପରିଷଦ, ନୀତି ଆୟୋଗର ସର୍ବୋଚ୍ଚ ସଂସ୍ଥା, ଏଥିରେ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ, କେନ୍ଦ୍ର ଅଞ୍ଚଳର ଉପରାଜ୍ୟପାଳ ଏବଂ ଅନେକ କେନ୍ଦ୍ର ମନ୍ତ୍ରୀ ସାମିଲ ହୋଇଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    23 ° C
    23 °
    23 °
    98 %
    1.6kmh
    100 %
    Sun
    30 °
    Mon
    30 °
    Tue
    31 °
    Wed
    31 °
    Thu
    31 °

    ସମ୍ବନ୍ଧିତ