Sunday, July 27, 2025
25.2 C
Odisha

ଓଡିଶା ବିଜେପିର ନେତାମାନେ ଦଳ ଛାଡିବା ପ୍ରସଙ୍ଗ । ବରିଷ୍ଠ ନେତା ଗୋଲକ ମହାପାତ୍ରଙ୍କ ବୟାନ

ଆଗକୁ ପଢନ୍ତୁ

ରାଜ୍ୟ ବିଜେପିର ଜଣଙ୍କ ପରେ ଜଣେ ବରିଷ୍ଠ ନେତା ଦଳ ଛାଡିବା ପ୍ରସଙ୍ଗରେ ସଫେଇ ରଖିଛନ୍ତି ବିଜେପି ରାଜ୍ୟ ଉପସଭାପତି ଗୋଲଖ ମହାପାତ୍ର । ସେ କହିଛନ୍ତି କି, ବିଜେପି ଯେତେବେଳେ ରାଜ୍ୟରେ ସରକାର ଗଠନ କରିବାକୁ ଯାଉଛି ସେତେବେଳେ ଦଳର ନେତାମାନଙ୍କର ଆଶା ରହିବା ସ୍ୱାଭାବିକ୍ କି ସେମାନଙ୍କୁ ଦଳ ଟିକେଟ ଦେଉ । ଯେତେବେଳେ ଏହି ଆଶା ସେମାନଙ୍କ ପୁରଣ ହୋଇପାରୁନାହିଁ ସେମାନେ ଦଳ ଛାଡି ଅନ୍ୟ ଦଳରେ ଯୋଗ ଦେଉଛନ୍ତି ।ଗୋଲକ ମହାପାତ୍ର କହିଛନ୍ତି କି, ଯେଉଁମାନେ ବିଜେପି ଛାଡି ବିଜେପିରେ ଯୋଗ ଦେଉଛନ୍ତି ସେହିମାନେ କିଛିଦିନ ତଳେ ବିଜେଡି ବିରୋଧରେ ବୟାନ ଦେଉଥିଲେ । ଯେଉଁଦଳକୁ ଆମେମାନେ ଅଣ ଓଡ଼ିଆମାନେ ଶାସନ କରୁଛନ୍ତି, ଲୋକଙ୍କ ପାଖରେ ସଠିକ୍ ସେବା ପହଂଚିପାରୁନାହିଁ ସେହିଦଳରେ କିଭଳି ଆଜି ଯୋଗ ଦେଉଛନ୍ତି । ଏହାକୁ ନେଇ ଗୋଲକ କହୁଛନ୍ତି କି, ବିଜେପିରେ ଥାଇ ବିଜେଡିକୁ ଯେଉଁମାନେ ଗାଳି ଦେଉଥିଲେ ଓ ଆଜି ସୁଯୋଗ ଦେଖି ବିଜେଡିରେ ଯୋଗ ଦେଉଛନ୍ତି ସେମାନେ ସେତେବେଳେ ଠିକ୍ କହୁନଥିଲେ ବା କେବଳ ସ୍ୱାର୍ଥ କଥା ଚିନ୍ତା କରୁଥିଲେ । ସେମାନେ କେବେ ବି ଦଳ, ମାଟି ଓ ଦେଶ କଥା କେବେ ଚିନ୍ତା କରୁନଥିଲେ ବୋଲି ଗୋଲକ କହିଛନ୍ତି । ସେମାନଙ୍କ ପାଇଁ ଟିକେଟ ବଡ ହେଲେ ଆମ ପାଇଁ ଦେଶ ଓ ଓଡିଶାର ବିକାଶ ବଡ । କୌଣସି ବିଜେପି ନେତାଙ୍କର ସତ୍ତା ପ୍ରାପ୍ତିର ଲକ୍ଷ୍ୟ ନାହିଁ । ଲୋକଙ୍କୁ ସୁଶାସନ ଯୋଗାଇବା କେବଳ ବିଜେପିର ଦାୟିତ୍ୱ ।ଗୋଲକ ମହାପାତ୍ର କହିଛନ୍ତି କି, ଯେଉଁମାନେ ବିଜେପି ଛାଡି ବିଜେପିରେ ଯୋଗ ଦେଇଛନ୍ତି, ସେମାନଙ୍କ କଥା ଛାଡନ୍ତୁ । କିନ୍ତୁ କାଲି ରାଜ୍ୟରେ ବିଜେପି ବିଜେଡି ବିରୋଧରେ ଲଢୁଥିଲା ଓ ଆଜି ବି ଲଢେଇ ଜାରି ରହିବ ।

ଅନ୍ୟାନ୍ୟ ଖବର

ପାଣିପାଗ

Odisha
overcast clouds
25.2 ° C
25.2 °
25.2 °
87 %
1.6kmh
100 %
Sun
26 °
Mon
29 °
Tue
24 °
Wed
25 °
Thu
31 °

ସମ୍ବନ୍ଧିତ