Saturday, July 27, 2024
24.6 C
Odisha

    ଯଦି ଦମ୍ ଅଛି, ମେଣ୍ଟ ହେବ ନାହିଁ ବୋଲି ଘୋଷଣା କରନ୍ତୁ ନବୀନ । ଜାତୀୟ ଗଣମାଧ୍ୟମରେ ପାଣ୍ଡିଆନଙ୍କ ବୟାନ ପରେ ପିସିସି ସଭାପତିଙ୍କ ପ୍ରତିକ୍ରିୟା

    ଆଗକୁ ପଢନ୍ତୁ

    ଜାତୀୟ ଗଣମାଧ୍ୟମରେ ଫାଇଭ-ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନଙ୍କ ବୟାନ ପରେ ପ୍ରତିକ୍ରିୟା ରଖିଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ । ଦିଲ୍ଲୀରେ ପାଣ୍ଡିଆନ୍ ଦେଇଥିବା ବୟାନ, ବିଜେଡି ଓ ବିଜେପି ମଧ୍ୟରେ ଥିବା ସଂପର୍କକୁ ସ୍ପଷ୍ଟ କରିଛି ବୋଲି କହିଛନ୍ତି ଶରତ ପଟ୍ଟନାୟକ । ଉଭୟ ଦଳ ମିଶିକି ଅଛନ୍ତି । ନବୀନଙ୍କ ଯଦି ସାହାସ ଅଛି, ତେବେ ମେଣ୍ଟ ହେବ ନାହିଁ ବୋଲି ଘୋଷଣା କରନ୍ତୁ । ରାଜ୍ୟରେ ପ୍ରମୁଖ ବିରୋଧୀ ବିଜେପି ଓ ଶାସକ ବିଜେଡି ଏକାଠି ହେବେ, ଏହା କେଉଁ ଭଳି ରାଜନୀତି ବୋଲି କହିଛନ୍ତି ପିସିସି ସଭାପତି ।

    ତେବେ ମେଣ୍ଟ ବାବଦରେ ଫାଇଭ-ଟି ଅଧ୍ୟକ୍ଷ କହିଛନ୍ତି, ବୃହତର ସ୍ୱାର୍ଥ ଦୃଷ୍ଟିରୁ ଏକାଠି ହୋଇପାରନ୍ତି ବିଜେଡି-ବିଜେପି । କିନ୍ତୁ ମେଣ୍ଟ ହେବ କି ନାହିଁ ସ୍ପଷ୍ଟ କରିନାହାନ୍ତି । ଓଡିଶାରେ ନବୀନ ପଟ୍ଟନାୟକ ଆଗାମୀ ଦିନରେ ମୁଖ୍ୟମନ୍ତ୍ରୀ ହେବେ ବୋଲି ସେ ଦମ୍ଭୋକ୍ତି ପ୍ରକାଶ କରିଛନ୍ତି । ସେହିପରି ମୋଦୀ ମଧ୍ୟ ପ୍ରଧାନମନ୍ତ୍ରୀ ହେବେ ବୋଲି ସେ କହିଛନ୍ତି । ବଡ କଥା ହେଉଛି ସେ କହିଛନ୍ତି, ଓଡିଶାରେ ବିଜେଡିକୁ ସରକାର ଗଢିବାକୁ ହେଲେ ବିଜେପିର ଆବଶ୍ୟକତା ନାହିଁ । କି କେନ୍ଦ୍ରରେ ବିଜେପିକୁ ସରକାର ଗଢିବାକୁ ହେଲେ ବିଜେଡିର ସହଯୋଗ ଆବଶ୍ୟକ ପଡିନପାରେ । ଦୁଇଟି ଦଳ ନିଜ ନିଜ ସ୍ଥାନରେ ମଜବୁତ ଅଛନ୍ତି । ଭି.କେ ପାଣ୍ଡିଆନଙ୍କ ବୟାନ ଉପରେ ପ୍ରତିକ୍ରିୟା ରଖିଛନ୍ତି ପିସିସି ସଭାପତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.6 ° C
    24.6 °
    24.6 °
    94 %
    4.3kmh
    100 %
    Sat
    25 °
    Sun
    29 °
    Mon
    30 °
    Tue
    30 °
    Wed
    28 °

    ସମ୍ବନ୍ଧିତ