Saturday, October 19, 2024
24.1 C
Odisha

    ରିଲିଜ୍ ନହେଉଣୁ ୯୦୦ କୋଟି ରୋଜଗାର । ଇତିହାସ ରଚିଲା ପୁଷ୍ପା-୨ ଦି ରୁଲ୍

    ଆଗକୁ ପଢନ୍ତୁ

    ମାଲେମାଲ ହେଲେ ପୁଷ୍ପା ଷ୍ଟାର୍ ଅଲ୍ଲୁ ଅର୍ଜୁନ । ରିଲିଜ୍ ପୂର୍ବରୁ ୯୦୦ କୋଟି ରୋଜଗାର କଲା ପୁଷ୍ପା-୨ । ଅଲ୍ଲୁ ଅର୍ଜୁନଙ୍କ ଫିଲ୍ମକୁ ନେଇ କ୍ରେଜ୍ । ନଭେମ୍ବର ପ୍ରଥମ ସପ୍ତାହରେ ସରିବ ପୋଷ୍ଟ ପ୍ରଡକ୍ସନ କାମ । ଡିସେମ୍ବର ୬ରେ ରିଲିଜ ହେବ ପୁଷ୍ପା-୨, ଦ ରୁଲ୍ । ରିଲିଜ ନହେଉଣୁ ଫିଲ୍ମ କମାଇଲା ଶହ ଶହ କୋଟି ।

    ଫିଲ୍ମର କାମ ଶେଷ ହେବା ପରେ ବଡ ଆରମ୍ଭ ହେବ ଧରଣର ପ୍ରୋମସନ । ହେଲେ ପ୍ରିରିଲିଜ୍ ବିଜନେସରେ ୯୦୦ କୋଟି ଆୟ କରିସାରିଲାଣି ପୁଷ୍ପା-୨ । ଓଟିଟି ପ୍ଲାଟଫର୍ମ ଓ ସାଟେଲାଇଟ୍ ରାଇଟ୍ସ ୨୭୦ କୋଟି ଟଙ୍କାରେ ଡିଲ୍ ହୋଇଛି । ପୁଷ୍ପା-୨ର ଓଟିଟି ରାଇଟ୍ସ ନେଟଫ୍ଲିକ୍ସକୁ ମିଳିଛି, ଯେଉଁଠି ତେଲୁଗୁ, ହିନ୍ଦୀ, ତାମିଲ, କନ୍ନଡ଼ ଓ ମାଲାୟଲମ ୫ଟି ଭାଷାରେ ଫିଲ୍ମ ଦେଖି ପାରିବେ ୟୁଜର୍ସ ।

    ସେପଟେ ୬୫୦ କୋଟି ଟଙ୍କାରେ ବିକ୍ରି ହୋଇଛି ଫିଲ୍ମର ଥିଏଟ୍ରିକାଲ ରାଇଟ୍ସ । ଥିଏଟ୍ରିକାଲ ରାଇଟ୍ସ ଅର୍ଥ ଯେକୌଣସି ଫିଲ୍ମକୁ ଥିଏଟରରେ ଦେଖାଇବା ଅଧିକାର । ଯାହାର ଏକ ନିର୍ଦ୍ଦିଷ୍ଟ ସମୟ ସୀମା ବି ରହିଥାଏ । ଏକ ରିପୋର୍ଟ ମୁତାବକ ଏହିଭଳି ଭାବେ ପୁଷ୍ପା-୨ ରିଲିଜ ହେବା ପୂର୍ବରୁ ହିଁ ୯୦୦ କୋଟି ଟଙ୍କା ରୋଜଗାର କରି ସାରିଛି ।

    ପୁଷ୍ପା-୨ ମେକର୍ସଙ୍କ ମୁତାବକ ଖୁବଶୀଘ୍ର ଫିଲ୍ମର ଟ୍ରେଲର ରିଲିଜ ହେବ । ଗତ ଏପ୍ରିଲରେ ରିଲିଜ ହୋଇଥିଲା ଫିଲ୍ମ ଟିଜର । ଏହା ସହିତ ଦୁଇଟି ଗୀତ ବି ରିଲିଜ ହୋଇଥିଲା । ଯାହାକୁ ଖୁବ ଭଲ ପାଇବା ଦେଇଥିଲେ ଦର୍ଶକ । ଚଳିତ ବର୍ଷ ଆରମ୍ଭରୁ ହିଁ ପୁଷ୍ପା-୨କୁ ନେଇ ଫ୍ୟାନଙ୍କ ମଧ୍ୟରେ କ୍ରେଜ୍ ରହିଛି ।

    ମୈତ୍ରୀ ମୁଭିଜ୍ ବ୍ୟାନରରେ ନିର୍ମାଣ ହେଉଛି ଏହି ଫିଲ୍ମ । ପୂର୍ବରୁ ଏହି ଫିଲ୍ମ ଅଗଷ୍ଟ ୧୫ ତାରିଖରେ ରିଲିଜ୍ ହେବାକୁ ଥିଲା । କିନ୍ତୁ କିଛି ପୋଷ୍ଟ ପ୍ରଡକ୍ସନ କାମ ବାକି ରହଥିବାରୁ ରିଲିଜ ତାରିଖ ଡିସେମ୍ବର ୬ ତାରିଖକୁ ଧାର୍ଯ୍ୟ କରାଯାଇଛି ।

    ୨୦୨୧ ଡିସେମ୍ବର ୧୭ ତାରିଖରେ ରିଲିଜ ହୋଇଥିଲା ପୁଷ୍ପା ଫିଲ୍ମର ପ୍ରଥମ ପାର୍ଟ । ଏହାପରେ ଉତ୍ସାହର ସହ ଫିଲ୍ମର ଦ୍ୱିତୀୟ ପାର୍ଟ ରିଲିଜକୁ ଚାହିଁ ରହିଛନ୍ତି ଦର୍ଶକ । ଟିଜର ରିଲିଜ ପରେ ସୋସିଆଲ ମିଡିଆରେ ଏଥିରେ ମିଲିୟନ ମିଲିୟନ ଭିୟୁଜ୍ ଆସିଥିଲା । ପୁଷ୍ପା-୨ର କାହାଣୀ ମଧ୍ୟ ପ୍ରଥମ ଭାଗ ଭଳି ଦମଦାର ରହିବା ନେଇ ଆଶା ବାନ୍ଧିଛନ୍ତି ଦର୍ଶକ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.1 ° C
    24.1 °
    24.1 °
    91 %
    1.6kmh
    99 %
    Sat
    24 °
    Sun
    28 °
    Mon
    30 °
    Tue
    29 °
    Wed
    29 °

    ସମ୍ବନ୍ଧିତ