Sunday, September 13, 2026
23.3 C
Odisha

    ବିବାଦରେ ପାକିସ୍ତାନୀ କଣ୍ଠଶିଳ୍ପୀ ରାହତ ଫତେଅଲ୍ଲୀ ଖାନ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ବିବାଦରେ ପାକିସ୍ତାନୀ କଣ୍ଠଶିଳ୍ପୀ ରାହତ ଫତେଅଲୀ ଖାନ। ଜଣେ ଶିଶ୍ୟଙ୍କୁ ଚପଲରେ ମାରି ବିବାଦ ଘେରକୁ ଆସିଛନ୍ତି ରାହତ ଫତେହଅଲୀ ଖାନ। ଶିଶ୍ଯଙ୍କୁ ମାଡ଼ ମାରୁଥିବା ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି ଭିଡିଓରେ ସ୍ପଷ୍ଟ ଭାବେ ଦେଖି ହେଉଛି ରାହତ ଫତେହ ଅଲୀ ଏକ ଚପଲ ଧରି ଶିଶ୍ଯଙ୍କୁ ବାରମ୍ବାର ପ୍ରହାର କରୁଛନ୍ତି। ବାରମ୍ବାର ମାଡ଼ ମାରି ଏକ ବୋତଲ ବିଷୟରେ ପଚାରୁଛନ୍ତି। ଚପଲରେ ମାରିବା ସହ ଚାପୁଡ଼ା ମଧ୍ୟ ମାରୁଛନ୍ତି। ରାହତଙ୍କ ଶିଶ୍ୟ ଜଣକ ବାରମ୍ବାର ତାଙ୍କୁ ନେହୁରା ହେଉଛନ୍ତି। ସେ ଏହି ବୋତଲ ବିଷୟରେ ଜାଣିନଥିବା କହୁଛନ୍ତି। ଏହା ପରେ ମଧ୍ୟ ରାହତଙ୍କ ଉପରେ କୌଣସି ପ୍ରଭାବ ପଡୁନାହିଁ। ରାହତ ଫତେଅଲୀ ଖାନ ତାଙ୍କୁ ମାଡ଼ ମାରିଚାଲିଛନ୍ତି। ଏହି ଭିଡିଓକୁ ନେଇ ବିବାଦ ଲାଗି ରହିବା ପରେ ଶିଶ୍ଯଙ୍କୁ କ୍ଷମାପ୍ରାର୍ଥନା କରିଛନ୍ତି ରାହତ ଫତେଅଲୀ ଖାନ। ଚପଲ ମାଡ଼ର ଶିକାର ଶିଶ୍ଯ ମଧ୍ଯ ରାହତ ତାଙ୍କୁ କ୍ଷମା ମାଗିଥିବା ଆସି ବୟାନ ରଖିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    moderate rain
    23.3 ° C
    23.3 °
    23.3 °
    98 %
    2.1kmh
    84 %
    Sat
    23 °
    Sun
    30 °
    Mon
    30 °
    Tue
    31 °
    Wed
    31 °

    ସମ୍ବନ୍ଧିତ