Saturday, July 27, 2024
24.6 C
Odisha

    ତେଲୁଗୁ ଫିଲ୍ମ ନିର୍ଦ୍ଦେଶକ ସୂର୍ଯ୍ୟ କିରଣଙ୍କ ପରଲୋକ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ତେଲୁଗୁ ଫିଲ୍ମ ନିର୍ଦ୍ଦେଶକ ସୂର୍ଯ୍ୟ କିରଣଙ୍କ ପରଲୋକ ଘଟିଛି । ଜଣ୍ଡିସ ରୋଗରେ ପୀଡ଼ିତ ହୋଇ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ତାଙ୍କୁ ମାତ୍ର ୪୮ ବର୍ଷ ବୟସ ହୋଇଥିଲା । ଚେନ୍ନାଇର ଜିଇଏମ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ସୂର୍ଯ୍ୟଚ ବିଗ ବସ ତେଲୁଗୁରେ ଅଂଶଗ୍ରହଣ କରିଥିଲେ। ତେଲୁଗୁ ଫିଲ୍ମ ଇଣ୍ଡଷ୍ଟ୍ରିରେ ସୂର୍ଯ୍ୟ ଜଣେ ଜଣାଶୁଣା ବ୍ୟକ୍ତିତ୍ୱ ଥିଲେ । ୧୯୮୭ ମସିହାରେ ରିଲିଜ୍ ହୋଇଥିବା ମାଲୟାଲମ୍ ଫିଲ୍ମ ‘ସ୍ନେହିକଖାନ ଓରୁ ପେନ୍ନୁ’ରେ ସେ ଜଣେ ଶିଶୁ କଳାକାର ଭାବେ ନିଜର କ୍ୟାରିୟର ଆରମ୍ଭ କରିଥିଲେ । ପରେ ସେ ତେଲୁଗୁ ରୋମାଣ୍ଟିକ ଡ୍ରାମ ‘ସତ୍ୟମ’ରେ ନିଜର ନିର୍ଦ୍ଦେଶନା ଯାତ୍ରା ଆରମ୍ଭ କରିଥିଲେ । ପରବର୍ତ୍ତୀ ସମୟରେ ସେ ‘ବ୍ରହ୍ମାସ୍ତ୍ରମ୍’ (୨୦୦୬), ‘ରାଜୁ ଭାଇ’ (୨୦୦୭) ଓ ‘ଚାପ୍ଟର ୬’ (୨୦୧୦) ଆଦି ଫିଲ୍ମରେ ସେ ନିର୍ଦ୍ଦେଶନା ଦେଇଥିଲେ । ସୂର୍ଯ୍ୟଙ୍କ ନିର୍ଦ୍ଦେଶିତ ‘ଆର୍ସି’ ଫିଲ୍ମ ଖୁବଶୀଘ୍ର ସିନେମାଘରେ ରିଲିଜ୍ ହେବ । ତାଙ୍କର ମୃତ୍ୟୁ ନେଇ ଚଳଚ୍ଚିତ୍ର ଜଗତ ସହ ଜଡ଼ିତ ବହୁ ବିଶିଷ୍ଟ ବ୍ୟକ୍ତିବିଶେଷ ଗଭୀର ଶୋକ ବ୍ୟକ୍ତ କରିଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.6 ° C
    24.6 °
    24.6 °
    94 %
    4.3kmh
    100 %
    Sat
    25 °
    Sun
    29 °
    Mon
    30 °
    Tue
    30 °
    Wed
    28 °

    ସମ୍ବନ୍ଧିତ