Saturday, April 4, 2026
29 C
Odisha

    ପ୍ରଶଂସକଙ୍କ ସହ ସେଲଫି ନେବା ପାଇଁ ବସ ଉପରେ ଚଢ଼ିଗଲେ ଥଲପତି ବିଜୟ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ପ୍ରଶଂସକଙ୍କ ସହ ସେଲଫି ନେବା ପାଇଁ ବସ ଉପରେ ଚଢ଼ିଗଲେ ସାଉଥ୍ ସୁପରଷ୍ଟାର ଥଲପତି ବିଜୟ। ଆଜ୍ଞା ହଁ, ଖବରଟି ସମ୍ପୂର୍ଣ୍ଣ ସତ। ସୁଟିଂ ସେଟ ବାହାରେ ଭେଟିବାକୁ ଆସିଥିବା ପ୍ରଶଂସକଙ୍କ ଭିଡ଼ ଦେଖି ସେମାନଙ୍କୁ ନିରାଶ ନକରି ଭେଟିବାକୁ ଯାଇଥିଲେ ବିଜୟ। ହେଲେ ଲୋକଙ୍କ ସଂଖ୍ୟା ଅଧିକ ଥିବ‌ାରୁ ସେ ପାଖରେ ପାର୍କ ହୋଇଥିବା ବସ ଉପରେ ଚଢ଼ି ପ୍ରଶଂସକଙ୍କ ସହ ସେଲଫି ନେଇଥିବା ଭାଇରାଲ ଭିଡିଓରେ ଦେଖାଯାଇଛି। ମିଳିଥିବା ସୂଚନା ମୁତାବକ, ତ୍ରିଭାନ୍ଦ୍ରମର ଗ୍ରୀନଫିଲ୍ଡ ଷ୍ଟାଡିୟମରେ ନିଜର ଆଗାମୀ ଫିଲ୍ମ ଗୋଟ୍(ଗ୍ରେଟେଷ୍ଟ ଅଫ୍ ଅଲ ଟାଇମ)ର ସୁଟିଂ କରୁଥିଲେ ବିଜୟ। ଏବିଷୟରେ ତାଙ୍କ ପ୍ରଶଂସକମାନେ ଜାଣିବ‌ା ପରେ ତାଙ୍କୁ ଭେଟିବା ପାଇଁ ପହଞ୍ଚିଥିଲେ ଶହ ଶହ ଲୋକେ। ଖବର ପାଇ ବିଜୟ ନିଜ ପ୍ରଶଂସକଙ୍କୁ ଭେଟିବାକୁ ଆସିବା ସହ ଲୋକଙ୍କ ସଂଖ୍ୟା ଦେଖି ବସ ଉପରକୁ ଚଢ଼ିଥିଲେ। ଭାଇରାଲ ହେଉଥିବା ଭିଡିଓରେ ଦେଖାଯାଇଛି ଯେ, ବିଜୟ ବସ ଉପରେ ଠିଆ ହୋଇ ପ୍ରଶଂସକଙ୍କୁ ହାତ ଯୋଡି ଆସିଥିବାରୁ ଧନ୍ୟବାଦ ଜଣାଉଛନ୍ତି। ଏହା ପରେ ନିଜ ପକେଟରୁ ଫୋନ କାଢ଼ି ସେମାନଙ୍କ ସହ ‌ସେଲଫି ନେଉଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    29 ° C
    29 °
    29 °
    48 %
    6kmh
    100 %
    Sat
    31 °
    Sun
    35 °
    Mon
    37 °
    Tue
    37 °
    Wed
    39 °

    ସମ୍ବନ୍ଧିତ