Tuesday, October 6, 2026
31.6 C
Odisha

    ଓଡ଼ିଆ ଚଳଚ୍ଚିତ୍ରର ଭାଗ୍ୟ ବଦଳିବ

    ଆଗକୁ ପଢନ୍ତୁ

    ଓଡ଼ିଆ ଚଳଚ୍ଚିତ୍ରର ବିକାଶ ପାଇଁ ଖୁବ୍‌ଶିଘ୍ର ପ୍ରଣୟନ ହେବ ସ୍ୱତନ୍ତ୍ର ପଲିସି। ରାଜ୍ୟରେ ନୂଆ ସରକାର ଆସିବା ପରେ ପ୍ରଥମ ଥର ଚଳଚ୍ଚିତ୍ର ମହାସଂଘ ସହ ବୈଠକ କରିଥିଲେ ଶିଳ୍ପମନ୍ତ୍ରୀ ଓ ସଚିବ। ଏହାପରେ ଓଡ଼ିଆ ଚଳଚ୍ଚିତ୍ରର ଭାଗ୍ୟ ବଦଳିବ ବୋଲି ଅନେକଙ୍କ ମନରେ ଆଶା ସଞ୍ଚାର ହୋଇଛି। ଏହାରି ଭିତରେ ଚଳଚ୍ଚିତ୍ରର ବିକାଶ ଲାଗି ମୁଣ୍ଡ ଟେକିଛି ଓଡ଼ିଶା ଚଳଚ୍ଚିତ୍ର ମହାସାଂଘ।
    ଓଡ଼ିଆ ସିନେମାର ପୁନଃରୁଦ୍ଧାର ପାଇଁ ତତ୍ପରତା। ବଦଳିବ କି ଓଡ଼ିଆ ଚଳଚ୍ଚିତ୍ରର ଭାଗ୍ୟ ? ରାଜ୍ୟରେ ନୂଆ ସରକାର ଆସିବା ପରେ ଆଶା ସଞ୍ଚାର ହୋଇଛି। ଏକାଠି ହୋଇଛନ୍ତି ପ୍ରଯୋଜକ, ନିର୍ଦ୍ଦେଶକ, କଳାକାର, ଲେଖକ, ଟେକନିସିଆନ। ଗଠନ ହେଲା ଓଡ଼ିଶା ଚଳଚ୍ଚିତ୍ର ମହାସଂଘ। ରାଜ୍ୟରେ ଚଳଚ୍ଚିତ୍ର ନୀତି, ଅଧିକ ସିନେମା ହଲ୍ ନିର୍ମାଣ, କଳାକାର ଓ କୁଶଳୀ-ଅଣକୁଶଳୀ କାରିଗର ମାନଙ୍କ ଦକ୍ଷତା ବିକାଶ, ସ୍ୱାସ୍ଥ୍ୟବିମା, ଓଡ଼ିଆ ଚଳଚ୍ଚିତ୍ରକୁ ସବସିଡ଼ି ଓ କଳିଙ୍ଗ ଷ୍ଟୁଡିଓର ପୁନଃନିର୍ମାଣ ଉପରେ ଗୁରୁତ୍ୱ ଦେବାକୁ ଯୋଜନା କରିଛି ମହାସଂଘ। ଆଜି ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛି ଓଡ଼ିଶା ଚଳଚ୍ଚିତ୍ର ମହାସଂଘ। ନୂଆକରି ଆସିଥିବା ବିଜେପି ସରାକର ଓଡ଼ିଆ ଚଳଚ୍ଚିତ୍ର ଉଦ୍ଧାର ପାଇଁ ପୂର୍ଣ୍ଣ ସହଯୋଗ କରିବ ବୋଲି ସଂଘ କହିଛି।
    ଭୁଶୁଡ଼ି ପଡ଼ିଥିବା ଓଡ଼ିଆ ଚଳଚ୍ଚିତ୍ର ଶିଳ୍ପର ବିକାଶ ପାଇଁ ଅଣ୍ଟା ଭିଡ଼ିଛନ୍ତି ରାଜ୍ୟ ସରକାର। ଚଳଚ୍ଚିତ୍ର ଜଗତର କର୍ମକର୍ତ୍ତାଙ୍କ ସହ ଆଲୋଚନା କରିଛନ୍ତି ଶିଳ୍ପ ମନ୍ତ୍ରୀ। ବିଭିନ୍ନ ସମସ୍ୟା ଓ ତାର ସମାଧାନ ତର୍ଜମା କରି ଖୁବ୍‌ଶିଘ୍ର ଓଡ଼ିଆ ଚଳଚ୍ଚିତ୍ର ସ୍ୱତନ୍ତ୍ର ନୀତି ପ୍ରଣୟନ ଉପେର ଗୁରୁତ୍ୱାରୋପ କରିଛନ୍ତି ମନ୍ତ୍ରୀ। କଳିଙ୍ଗ ଷ୍ଟୁଡିଓର ସମସ୍ତ କାମ ଯେତେ ଶୀଘ୍ର ଶେଷ କରାଯାଇ ତାର ଗୌରବ ଫେରାଇ ଆଣିବା ପାଇଁ ଉଦ୍ୟମ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି। ଓଡ଼ିଆ ସିନେମାର ବିକାଶ କରିବାକୁ ହେଲେ ଚଳଚ୍ଚିତ୍ର ଆର୍କାଇବ ଏବଂ ମ୍ୟୁଜିୟମ ବ୍ୟବସ୍ଥା ହେବା ନିହାତି ଜରୁରୀ ବୋଲି ସିନେ ସମୀକ୍ଷକ କହିଛନ୍ତି।

    ଏଠି ପ୍ରଶ୍ନ ଉଠୁଛି ଓଡ଼ିଆ ଚଳଚ୍ଚିତ୍ରର ବିକାଶ ପାଇଁ ମୁଣ୍ଡ ଟେକିଥିବା ମହାସଂଘ ମଧ୍ୟରେ ନାହିଁ ତ ଫାଟ। ନବ ଗଠିତ ଓଡ଼ିଶା ଚଳଚ୍ଚିତ୍ର ମହାସଂଘରେ ଉତ୍କଳ ସିନେ ଚାମ୍ବର ଅଫ କମର୍ସ, ସିନେମା ହଲ ମାଲିକ ସଂଘ, ଡିଷ୍ଟିବ୍ୟୁଟର ସଂଘ ଓ ଗିଲିଟ ସଂଘ ଅଛନ୍ତି ତ। ମନ୍ତ୍ରୀଙ୍କ ସମୀକ୍ଷା ବୈଠକରେ ବିଜେପିର ଦୁଇ ବିଧାୟକ ତଥା ଅଭିନେତା ସିଦ୍ଧାନ୍ତ ମହାପାତ୍ର ଓ ଆକାଶ ଦାସ ନାୟକଙ୍କ ଅନୁପସ୍ଥିତି କିଛି ଭିନ୍ନ କଥା ବୟାନ କରୁଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    31.6 ° C
    31.6 °
    31.6 °
    53 %
    2.9kmh
    0 %
    Tue
    31 °
    Wed
    31 °
    Thu
    30 °
    Fri
    30 °
    Sat
    30 °

    ସମ୍ବନ୍ଧିତ