Sunday, September 27, 2026
27.3 C
Odisha

    ଆସନ୍ତାକାଲି ଲୋକସଭା ନିର୍ବାଚନ ୨୦୨୪ର ସପ୍ତମ ତଥା ଶେଷ ପର୍ଯ୍ୟାୟ ମତଦାନ

    ଆଗକୁ ପଢନ୍ତୁ

    ଆସନ୍ତାକାଲି ଲୋକସଭା ନିର୍ବାଚନର ସପ୍ତମ ପର୍ଯ୍ୟାୟ ମତଦାନ ପାଇଁ ନିର୍ବାଚନ ଆୟୋଗ ପ୍ରସ୍ତୁତି କରିଛନ୍ତି । ବିହାର, ଚଣ୍ଡିଗଡ଼, ହିମାଚଳ ପ୍ରଦେଶ, ଝାଡ଼ଖଣ୍ଡ, ଓଡ଼ିଶା, ପଞ୍ଜାବ, ଉତ୍ତରପ୍ରଦେଶ ଓ ପଶ୍ଚିମବଙ୍ଗ ସମେତ ୮ଟି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳର ୫୭ଟି ଲୋକସଭା ଆସନରେ ମତଦାନ ହେବ। ଓଡ଼ିଶା ବିଧାନସଭାର ଅବଶିଷ୍ଟ ୪୨ଟି ବିଧାନସଭା ଆସନ ପାଇଁ ମଧ୍ୟ ଏକାସାଙ୍ଗରେ ମତଦାନ ହେବ। ଏଥିସହିତ ଗତ ମାସ ୧୯ ତାରିଖରୁ ଆରମ୍ଭ ହୋଇ ୬ଟି ପର୍ଯ୍ୟାୟ ଏବଂ ୪୮୬ଟି ଲୋକସଭା ଆସନରେ ପୂର୍ବରୁ ହୋଇସାରିଥିବା ମତଦାନକୁ ମିଶାଇ ବିଶ୍ୱର ସର୍ବବୃହତ ପୋଲିଂ ମାରାଥନ୍ ଶେଷ ହେବ। ପୂର୍ବରୁ ୨୮ଟି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳ ଏବଂ ୪୮୬ଟି ଲୋକସଭା ଆସନ ପାଇଁ ମତଦାନ ସୁରୁଖୁରୁରେ ଓ ଶାନ୍ତିପୂର୍ଣ୍ଣ ଢଙ୍ଗରେ ଶେଷ ହୋଇଛି। ଜୁନ୍ ୪ ତାରିଖରେ ଭୋଟ୍ ଗଣତି ହେବ। ନିର୍ବାଚନୀ ଦଳଗୁଡ଼ିକୁ ନିଜ ନିଜର ମତଦାନ କେନ୍ଦ୍ରକୁ ମେସିନ୍ ଓ ନିର୍ବାଚନ ସାମଗ୍ରୀ ସହ ପଠାଯାଇଛି। ଆରାମଦାୟକ ଓ ସୁରକ୍ଷିତ ପରିବେଶରେ ମତଦାନ ସୁନିଶ୍ଚିତ କରିବା ପାଇଁ ପର୍ଯ୍ୟାପ୍ତ ଛାଇ, ପାନୀୟ ଜଳ, ରାମ୍ପ ଓ ଶୌଚାଳୟ ସମେତ ସମସ୍ତ ମୌଳିକ ସୁବିଧା ସହିତ ଭୋଟରଙ୍କୁ ସ୍ୱାଗତ କରିବାକୁ ମତଦାନ କେନ୍ଦ୍ର ଗୁଡ଼ିକ ପ୍ରସ୍ତୁତ ରହିଛି । ଗରମ ପାଗ କିମ୍ବା ବର୍ଷାର ପ୍ରତିକୂଳ ପ୍ରଭାବକୁ ନିୟନ୍ତ୍ରଣ କରିବା ପାଇଁ ଯଥେଷ୍ଟ ପଦକ୍ଷେପ ନେବାକୁ ସମ୍ପୃକ୍ତ ସିଇଓ ଏବଂ ରାଜ୍ୟ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    27.3 ° C
    27.3 °
    27.3 °
    75 %
    2kmh
    51 %
    Sun
    29 °
    Mon
    30 °
    Tue
    30 °
    Wed
    29 °
    Thu
    30 °

    ସମ୍ବନ୍ଧିତ