Saturday, October 3, 2026
23.8 C
Odisha

    ଶେଖ ହାସିନାଙ୍କ ବିରୋଧରେ ଗିରଫଦାରି ଓ୍ବାରେଣ୍ଟ୍

    ଆଗକୁ ପଢନ୍ତୁ

    ଢାକା: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହାସିନାଙ୍କ ସମସ୍ୟା ବଢିଚାଲିଛି । ଢାକାସ୍ଥିତ ଅନ୍ତର୍ଜାତୀୟ ଅପରାଧ ଟ୍ରିବ୍ୟୁନାଲ ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କ ବିରୋଧରେ ବ୍ୟାପକ ଛାତ୍ର ଆନ୍ଦୋଳନ ସମୟରେ ମାନବିକତା ବିରୋଧୀ ଅପରାଧ ଅଭିଯୋଗରେ ଗିରଫ ପରୱାନା ଜାରି କରିଛନ୍ତି। ଏହି ମାମଲାରେ ଅନ୍ୟ ୪୫ ଜଣ ଆୱାମୀ ଲିଗ୍ ନେତାଙ୍କ ବିରୋଧରେ ୱାରେଣ୍ଟ ଜାରି କରାଯାଇଥିବାରୁ ହସିନାଙ୍କ ଶିବିରରେ ଆତଙ୍କ ଖେଳିଯାଇଛି। ମୁଖ୍ୟ ବିଚାରପତି ମହମ୍ମଦ ଗୁଲାମ ମୁର୍ତ୍ତଜା ମଜୁମଦାରଙ୍କ ଅଧ୍ୟକ୍ଷତାରେ ଗଠିତ ଟ୍ରିବ୍ୟୁନାଲ ଏହି ନିର୍ଦ୍ଦେଶ ଦେଇଛନ୍ତି ବୋଲି ମୁଖ୍ୟ ପ୍ରସିକ୍ୟୁଟର ମହମ୍ମଦ ତାଜୁଲ ଇସଲାମଙ୍କ ବୟାନକୁ ଉଦ୍ଧାର କରି ‘ଡେଲି ଷ୍ଟାର’ରେ ରିପୋର୍ଟ କରିଛି। ଏ ସଂକ୍ରାନ୍ତରେ ପ୍ରସିକ୍ୟୁସନ ପକ୍ଷରୁ ଦୁଇଟି ପିଟିସନ୍ ଦାଖଲ କରାଯିବା ସହ ସେମାନଙ୍କ ବିରୋଧରେ ଗିରଫ ପରୱାନା ଜାରି କରିବାକୁ ଆବେଦନ କରାଯାଇଥିଲା।
    ଏହି ମାମଲାରେ ଟ୍ରିବୁନାଲ ହସିନାଙ୍କ ସମେତ ସମ୍ପୃକ୍ତ ଅଧିକାରୀଙ୍କୁ ନଭେମ୍ବର ୧୮ ସୁଦ୍ଧା ଅନ୍ୟ ୪୬ ଜଣଙ୍କୁ ଗିରଫ କରି କୋର୍ଟରେ ହାଜର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଅଗଷ୍ଟ ମାସରେ ବାଂଲାଦେଶର ଅନ୍ତରୀଣ ସରକାର କହିଥିଲେ ଯେ ହସିନାଙ୍କ ନେତୃତ୍ବାଧୀନ ସରକାରଙ୍କ ବିରୋଧରେ ନିକଟରେ ବ୍ୟାପକ ଛାତ୍ର ଆନ୍ଦୋଳନ ସମୟରେ ଏହି ହତ୍ୟାକାଣ୍ଡରେ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ଏକ ଅନ୍ତର୍ଜାତୀୟ ଅପରାଧିକ ମାମଲା ରୁଜୁ କରାଯିବ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    23.8 ° C
    23.8 °
    23.8 °
    86 %
    1.5kmh
    72 %
    Fri
    23 °
    Sat
    30 °
    Sun
    30 °
    Mon
    31 °
    Tue
    31 °

    ସମ୍ବନ୍ଧିତ