Thursday, September 24, 2026
23.9 C
Odisha

    ଯୋଗୀ ଆଦିତ୍ୟନାଥ ସବୁଠାରୁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ, ୨୩/୮: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଦେଶର ସର୍ବଶ୍ରେଷ୍ଠ ମୁଖ୍ୟମନ୍ତ୍ରୀ। ମୁଡ୍ ଅଫ୍ ଦି ନେସନ୍ ସର୍ଭେ ଅନୁଯାୟୀ, ଲୋକପ୍ରିୟତାରେ ମୁଖ୍ୟମନ୍ତ୍ରୀ ଯୋଗୀ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ଅରବିନ୍ଦ କେଜ୍ରିୱାଲ ଓ ମମତା ବାନାର୍ଜୀଙ୍କଠାରୁ ବିପୁଳ ବ୍ୟବଧାନରେ ଆଗରେ ଅଛନ୍ତି। ସର୍ଭେ ଅନୁଯାୟୀ, ୩୦ଟି ରାଜ୍ୟର ୩୩.୨ ପ୍ରତିଶତ ଉତ୍ତରଦାତା ଆଦିତ୍ୟନାଥଙ୍କୁ ଦେଶର ସବୁଠାରୁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଭାବେ ମତ ଦେଇଛନ୍ତି। କେଜ୍ରିୱାଲ ୧୩.୮ ପ୍ରତିଶତ ସମର୍ଥନ ସହ ଦ୍ବିତୀୟ ସ୍ଥାନରେ ଅଛନ୍ତି।

    ଯଦିଓ ଯୋଗୀ ଆଦିତ୍ୟନାଥ ସାରା ଦେଶରେ ସବୁଠାରୁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ, ତଥାପି ଉତ୍ତରପ୍ରଦେଶରେ ତାଙ୍କ ପ୍ରଦର୍ଶନ ରେଟିଂ ହ୍ରାସ ପାଇଛି। ସର୍ବେକ୍ଷଣରୁ ଜଣାପଡିଛି ଯେ ୩୯ ପ୍ରତିଶତ ଲୋକ ମୁଖ୍ୟମନ୍ତ୍ରୀ ଯୋଗୀଙ୍କ କାର୍ଯ୍ୟରେ ସନ୍ତୁଷ୍ଟ ଅଛନ୍ତି, ଯାହା କି ଫେବ୍ରୁଆରି ୨୦୨୪ ତୁଳନାରେ ୧୨ ପ୍ରତିଶତ ହ୍ରାସ ପାଇଛି। ଯୋଗୀଙ୍କ ଲୋକପ୍ରିୟତା ହ୍ରାସ ପାଇଁ ନିକଟରେ ହୋଇଥିବା ଲୋକସଭା ନିର୍ବାଚନରେ ଉତ୍ତରପ୍ରଦେଶରେ ବିଜେପିର ଦୁର୍ବଳ ପ୍ରଦର୍ଶନକୁ ଦାୟୀ କରାଯାଇପାରେ। ନିକଟରେ ହୋଇଥିବା ଲୋକସଭା ନିର୍ବାଚନରେ ବିଜେପି ଉତ୍ତରପ୍ରଦେଶରେ ମାତ୍ର ୩୩ଟି ଆସନ ହାସଲ କରିପାରିଥିଲା।

    ଅନ୍ୟ ମୁଖ୍ୟମନ୍ତ୍ରୀଙ୍କ ବିଷୟରେ କ’ଣ କହୁଛି ସର୍ଭେ?
    ପଶ୍ଚିମବଂଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମୋଟ ୯.୧ ପ୍ରତିଶତ ଭୋଟ ପାଇ ତୃତୀୟ ସର୍ବାଧିକ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଅଛନ୍ତି। ଲୋକପ୍ରିୟତା ତାଲିକାରେ ସବା ତଳେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍‌କେ ଷ୍ଟାଲିନ (୪.୭ ପ୍ରତିଶତ) ଓ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍ ଚନ୍ଦ୍ରବାବୁ ନାଇଡୁ (୪.୬ ପ୍ରତିଶତ) ଅଛନ୍ତି। ସର୍ଭେରେ କୁହାଯାଇଛି ଯେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ପ୍ରଦର୍ଶନରେ ପ୍ରାୟ ୩୫ ପ୍ରତିଶତ ଲୋକ ସନ୍ତୁଷ୍ଟ ଥିବା ବେଳେ ୨୮ ପ୍ରତିଶତ ଲୋକ ଅସନ୍ତୁଷ୍ଟ ଅଛନ୍ତି। ଅନ୍ୟ ୩୧ ପ୍ରତିଶତ ଲୋକ ତାଙ୍କ କାମରେ କିଛି ମାତ୍ରାରେ ସନ୍ତୁଷ୍ଟ ଥିବାରୁ ମୁଖ୍ୟମନ୍ତ୍ରୀ ସିନ୍ଦେଙ୍କୁ ଜନସମର୍ଥନ ମିଳିଛି। ଏହାବ୍ୟତୀତ ମହାରାଷ୍ଟ୍ରର ଭୋଟରମାନେ ବିରୋଧୀ ମହାବିକାଶ ଅଘାଡି (ଏମ୍‌ଭିଏ) ଗୋଷ୍ଠୀର ଭୂମିକାରେ ପ୍ରଭାବିତ ନୁହନ୍ତି। ସର୍ଭେରୁ ଜଣାପଡିଛି ଯେ ୩୦ ପ୍ରତିଶତ ଉତ୍ତରଦାତା ରାଜ୍ୟରେ ବିରୋଧୀଙ୍କ ଭୂମିକାରେ ସନ୍ତୁଷ୍ଟ ନୁହନ୍ତି। କେବଳ ୧୧ ପ୍ରତିଶତ ଉତ୍ତରଦାତା ବିରୋଧୀଙ୍କ ଭୂମିକାରେ ସନ୍ତୁଷ୍ଟ ଥିବା ବେଳେ ୨୧ ପ୍ରତିଶତ କିଛି ମାତ୍ରାରେ ସନ୍ତୁଷ୍ଟ ଥିବା ଜଣାପଡ଼ିଛି। ଚଳିତ ବର୍ଷ ଶେଷ ଆଡ଼କୁ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ହେବାକୁ ଯାଉଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    23.9 ° C
    23.9 °
    23.9 °
    99 %
    1.2kmh
    100 %
    Thu
    24 °
    Fri
    28 °
    Sat
    29 °
    Sun
    26 °
    Mon
    30 °

    ସମ୍ବନ୍ଧିତ