Saturday, October 10, 2026
24.4 C
Odisha

    ଗୁଆହାଟୀ ହାଇକୋର୍ଟଙ୍କ ରାୟ: ୨୫ ହଜାର ଲୋକଙ୍କ ଦେଶାନ୍ତର ଆଶଙ୍କା

    ଆଗକୁ ପଢନ୍ତୁ

    ଗୁଆହାଟୀ: ନାଗରିକତା ସମ୍ପର୍କରେ  ଗୁଆହାଟୀ ହାଇକୋର୍ଟଙ୍କ ରାୟ ପରେ ସେଠାରେ ବସବାସ କରୁଥିବା ୨୫ହଜାର ବାଂଲାଦେଶୀଙ୍କ ନାଗରିକତା ଉପରେ ପ୍ରଶ୍ନ ଚିହ୍ନ ସୃଷ୍ଟି ହୋଇଛି। କେବଳ ଏହାନୁହେଁ, ସେମାନଙ୍କୁ ଦେଶାନ୍ତର କରାଯିବା ଆଶଙ୍କା ବଳବତ୍ତର ହୋଇଛି। ବାରପେଟାର ବେଗମ୍‌ ଜାନ୍‌ ନାମ୍ନୀ ଜଣେ ମୁସଲିମ ମହିଳାଙ୍କୁ ୨୯ ଜୁନ୍‌ ୨୦୨୦ରେ ବାରପେଟା ଫରେନର୍ସ ଟ୍ରିବୁନାଲ୍‌  ନାଗରିକ ଆଇନ ୧୯୫୫ର ଧାରା ୬କ (୩) ଅନୁସାରେ ବିଦେଶୀ ବୋଲି ଘୋଷଣା କରିଥିଲେ। ଏହା ବିରୋଧରେ‌ ସେ   ହାଇକୋର୍ଟର ଆଶ୍ରୟ ନେଇଥିଲେ। ଗତକାଲି, ହାଇକୋର୍ଟ ବିଚାରପତି କଲ୍ୟାଣ ରାୟ ସୁରାନା ଓ ସୁସ୍ମିତା ଫୁକନ୍‌ ଖାଉନ୍ଦଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ଆବେଦନର ଶୁଣାଣି କରିଥିଲେ।

    ଅକ୍ଟୋବର ୨୦୨୪ରେ ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶାନୁସରେ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଆବେଦନ କରାଯାଇନଥିବାରୁ ଆବେଦନକୁ ଖାରଜ କରିଦେଇଥିଲେ। ଉଲ୍ଲେଖଯୋଗ୍ୟ, ୧ ଜାନୁଆରି ୧୯୬୬ରୁ ୨୫ ମାର୍ଚ୍ଚ ୧୯୭୧ ମଧ୍ୟରେ ଭାରତକୁ ଆସିଥିବା ପ୍ରବାସୀଙ୍କୁ ନାଗରିକତା ପ୍ରଦାନ କରାଯାଇପାରିବ ନାହିଁ ବୋଲି ସୁପ୍ରିମକୋର୍ଟଙ୍କ ସମ୍ବିଧାନ ପୀଠ ରାୟ ଦେଇଥିଲେ।  ତେବେ ବେଗମ୍‌ ଜାନ୍‌ଙ୍କ ଓକିଲ ଏଏସ୍‌ ତାପଦର ଯୁକ୍ତି ଉପସ୍ଥାପିତ କରିଥିଲେ ଯେ ଏହା ସଂଖ୍ୟାଲଘୁ ମତ ଥିଲା ଏବଂ ଏହା ପାଳନ କରାଯିବା  ବାଧ୍ୟ ନୁହେଁ। ଏଥିରେ ହାଇକୋର୍ଟଙ୍କ ଖଣ୍ଡପୀଠ କହିଥିଲେ, ସଂଖ୍ୟାଗରିଷ୍ଠ ଓ ସଂଖ୍ୟାଲଘୁ  ମତ ମଧ୍ୟରେ କୌଣସି ‘ବିବାଦ’ର ପ୍ରମାଣ ନାହିଁ। ହାଇକୋର୍ଟଙ୍କ ଏହି ରାୟ ପରେ  ଆବେଦନ କରିଥିବା ପ୍ରାୟ ୫ ହଜାର ପରିବାର ଓ ସେମାନଙ୍କ ୨୫ହଜାର ସଦସ୍ୟଙ୍କ ଭବିଷ୍ୟତ ଅନିଶ୍ଚିତତା ମଧ୍ୟକୁ ଚାଲିଯାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.4 ° C
    24.4 °
    24.4 °
    79 %
    1.5kmh
    0 %
    Sat
    24 °
    Sun
    30 °
    Mon
    30 °
    Tue
    30 °
    Wed
    30 °

    ସମ୍ବନ୍ଧିତ