Tuesday, April 21, 2026
29.4 C
Odisha

    ଭାରତୀୟ ଟିମ୍‌ର ଅଧିନାୟକ ରୋହିତ ଶର୍ମାଙ୍କ ଶତକ ହାସଲ

    ଆଗକୁ ପଢନ୍ତୁ

    କଟକ: ବାରବାଟୀ କ୍ରିକେଟ୍ ଷ୍ଟାଡିୟମରେ ଭାରତୀୟ ଟିମ୍‌ର ଅଧିନାୟକ ରୋହିତ ଶର୍ମା ଶତକ ହାସଲ କରିଛନ୍ତି। ସେ ଇଂଲଣ୍ଡ ବିପକ୍ଷ ୨ୟ ଦିନିକିଆ ଅନ୍ତର୍ଜାତୀୟ ମ୍ୟାଚ୍‌ରେ ଏହି ଶତକ ହାସଲ କରିଛନ୍ତି। ୭୬ଟି ବଲ୍‌ ଖେଳି ୯ଟି ଚୌକା ଓ ଗୋଟିଏ ଛକା ବଳରେ ଏହି ବିଶାଳ ଶତକ ହାସଲ କରିଛନ୍ତି। ଏହା ହେଉଛି ତାଙ୍କର ୩୨ତମ ଦିନିକିଆ ଅନ୍ତର୍ଜାତୀୟ ଶତକ। ରୋହିତ ଶର୍ମା ଆଜି ୩୦ଟି ବଲ୍ ଖେଳି ୪ଟି ଚୌକା ଓ ୪ଟି ଛକା ବଳରେ ଅର୍ଦ୍ଧଶତକ ହାସଲ କରିଥିଲେ। ରୋହିତଙ୍କ ଶତକ ବଳରେ ଭାରତର ସ୍କୋର ୨ଟି ୱିକେଟ୍‌ ବିନିମୟରେ ୧୯୪ ରନ୍‌ ହୋଇଛି। ରୋହିତ ଶର୍ମା ଓ ଶୁବମାନ୍ ଗିଲ କ୍ରିଜ୍‌ରେ ଥିବା ବେଳେ ବାରବାଟୀର ଫ୍ଲଡ ଲାଇଟ୍ ଲିଭି ଯାଇଥିଲା। ସେହି ସମୟରେ ଭାରତ ସ୍କୋର ୬.୧ ଓଭରରେ ୪୮ ରନ୍ ହୋଇଥିଲା। ଲାଇଟ୍ ଲିଭିଯିବା ପରେ ରୋହିତ ଶର୍ମାଙ୍କ ସହିତ ଦର୍ଶକମାନେ ମଧ୍ୟ ବିରକ୍ତି ପ୍ରକାଶ କରିଥିଲେ। ରୋହିତ ଭଲ ଫର୍ମରେ ଥିବାରୁ ମ୍ୟାଚ୍ ବନ୍ଦ ପରେ ପୁଣି ଥରେ ଫର୍ମ ମିଳିବ କି ନାହିଁ ଦର୍ଶକମାନେ ମଧ୍ୟ ଚିନ୍ତିତ ଥିଲେ। ତେବେ ପ୍ରାୟ ୨୦ ମିନିଟ ଖେଳ ବନ୍ଦ ରହିଲା ପରେ ପୁଣି ଥରେ ମ୍ୟାଚ୍ ଆରମ୍ଭ ହୋଇଥିଲା।ଭାରତର ଇନିଂସ ସମୟରେ ବାରବାଟୀରେ ଫ୍ଲଡ ଲାଇଟ୍ ୨୦ମିନିଟ୍ ପାଇଁ ବନ୍ଦ ହୋଇଯାଇଥିଲା। ଏଥିରେ ରୋହିତ ଶର୍ମା ବିରକ୍ତି ପ୍ରକାଶ କରିଥିଲେ। କିନ୍ତୁ ପୁଣି ଥରେ ବ୍ୟାଟିଂ କରିଆସିବା ପରେ ଧୈର୍ଯ୍ୟର ସହିତ ଖେଳିଥିଲେ।
    ଐତିହାସିକ ବାରବାଟୀ ଷ୍ଟାଡିୟମରେ ଆଜି ଭାରତ ଓ ଇଂଲଣ୍ଡ ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ଶୃଙ୍ଖଳାର ୨ୟ ମୁକାବିଲା ହୋଇଛି। ଟସ୍ ଜିଣି ଅତିଥି ଦଳ ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ଫଳରେ ଭାରତ ବୋଲିଂ କରିଥଲା। ଇଂଲଣ୍ଡ ନିର୍ଦ୍ଧାରିତ ୫୦ ଓଭରରେ ୯ଟି ୱିକେଟ୍ ହରାଇ ୩୦୪ ରନ୍ କରିଛି। ଫଳରେ ଭାରତକୁ ଏହି ମ୍ୟାଚ୍ ଜିତିବା ପାଇଁ ୩୦୫ ରନ୍‌ର ଆବଶ୍ୟକତା ଅଛି। ଭାରତୀୟ ବୋଲର ରବୀନ୍ଦ୍ର ଜାଜେଡା ସର୍ବାଧିକ ୩ଟି ୱିକେଟ୍ ନେଇଥିଲା ବେଳେ ମହମ୍ମଦ ସାମି, ହର୍ଷିତ ରାଣା, ହାର୍ଦ୍ଦିକ ପାଣ୍ଡା ଓ ବରୁଣ ଚକ୍ରବର୍ତ୍ତୀଙ୍କୁ ଗୋଟିଏ ଲେଖାଏଁ ୱିକେଟ୍ ମିଳିଥିଲା।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    29.4 ° C
    29.4 °
    29.4 °
    31 %
    2.3kmh
    96 %
    Mon
    30 °
    Tue
    42 °
    Wed
    43 °
    Thu
    43 °
    Fri
    44 °

    ସମ୍ବନ୍ଧିତ