Monday, May 25, 2026
28.8 C
Odisha

    ଲକ୍ଷ୍ମୀ ବସ୍ ସେବା ଠପ୍: କଣ୍ଡକ୍ଟରଙ୍କ ଧାରଣା

    ଆଗକୁ ପଢନ୍ତୁ

    ବାଲେଶ୍ୱର : ବାଲେଶ୍ୱର ଜିଲ୍ଲା ସୋର ବ୍ଲକ୍ ପରିସରରେ ଆଜି ସକାଳେ ଲକ୍ଷ୍ମୀବସର କଣ୍ଡକ୍ଟରମାନେ ଧାରଣା ଦେଇଛନ୍ତି। ବସ୍ ସେବା ବନ୍ଦ ହେବାରୁ ସାଧାରଣ ଲୋକେ ଅନେକ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ସୂଚନା ଅନୁସାରେ ସୋର ବ୍ଲକ୍‌ରେ ସମୁଦାୟ ୪ଟି ଲକ୍ଷ୍ମୀ ବସ୍ ଚାଲିଛି। ପୂର୍ବରୁ ୧୧ ଜଣ କଣ୍ଡକ୍ଟର କାମ କରୁଥିଲେ। ମାତ୍ର ପରବର୍ତୀ ସମୟରେ ୪ ଜଣଙ୍କୁ ବିଭିନ୍ନ କାରଣ ଦର୍ଶାଇ ବାହାର କରାଯାଇଥିବା ବେଳେ ଗତକାଲି ଜଣେ କଣ୍ଡକ୍ଟରଙ୍କୁ ତାଙ୍କ ଉପରସ୍ଥ ଅଧିକାରୀ ବାହାର କରିଛନ୍ତି। ଏହି ସ୍ଥାନରେ ଅନ୍ୟଜଣେ କଣ୍ଡକ୍ଟରଙ୍କୁ ନିଯୁକ୍ତି ଦେଇଛନ୍ତି। ଫଳରେ ଆଜି ସକାଳେ କାର୍ଯ୍ୟରତ କଣ୍ଡକ୍ଟରମାନେ ଦୀର୍ଘଦିନ ଧରି କାମ କରୁଥିଲେ ମଧ୍ୟ ନିଯୁକ୍ତି ପତ୍ର ଓ ଗାଇଡ୍‌ ଲାଇନ ନମିଳିଥିବାରୁ ଉପରିସ୍ଥ ଅଧିକାରୀମାନେ ମାନମୁଖୀ ଭାବେ ସେମାନଙ୍କୁ ବିନା କାରଣରେ ବାହାର କରୁଛନ୍ତି। ନିଯୁକ୍ତି ପତ୍ର ସାଙ୍ଗକୁ ଗାଇଡ୍‌ଲାଇନ ମିଳିଲେ ସେମାନେ ବସ୍‌କୁ ଉଠିବେ ବୋଲି ଧାରଣାରେ ବସି ରହିଥିବା ଧରଣାରତ କଣ୍ଡକ୍ଟରମାନେ କହିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    28.8 ° C
    28.8 °
    28.8 °
    67 %
    2.8kmh
    28 %
    Mon
    29 °
    Tue
    44 °
    Wed
    46 °
    Thu
    46 °
    Fri
    45 °

    ସମ୍ବନ୍ଧିତ