Wednesday, October 14, 2026
23 C
Odisha

    ଆଗାମୀ ନିର୍ଦ୍ଦେଶ ଯାଏଁ ବନ୍ଦ ରହିବ ଦିଲ୍ଲୀ ୧୬ଟି ମେଟ୍ରୋ ଷ୍ଟେସନ, DMRC ଜାରି କଲା ଆଡଭାଇଜରୀ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ : ଦିଲ୍ଲୀର ଜନ୍ତରମନ୍ତରରେ CJP Protest ଆନ୍ଦୋଳନ ଚାଲିଥିବା ବେଳେ ରାଜଧାନୀରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିଦିଆଯାଇଛି । ଆଜି ମଧ୍ୟ ବଡ଼ ନିଷ୍ପତ୍ତି ନେଇଛି DMRC । ଦିଲ୍ଲୀ ମେଟ୍ରୋ ରେଳ କର୍ପୋରେସନ ପକ୍ଷରୁ ଦିଲ୍ଲୀର ୧୬ଟି ମେଟ୍ରୋ ଷ୍ଟେସନ ବନ୍ଦ ରହିବ ବୋଲି ସୂଚନା ମିଳିଛି । ଆଗାମୀ ନିର୍ଦ୍ଦେଶ ଯାଏଁ ଏସବୁ ମେଟ୍ରୋ ଷ୍ଟେସନ ବନ୍ଦ ରହିବାକୁ ଘୋଷଣା କରାଯାଇଛି । ଯାତ୍ରୀଙ୍କ ସୁରକ୍ଷାକୁ ଧ୍ୟାନରେ ରଖି ରାଜୀବ ଛକ, ମଣ୍ଡି ହାଉସ, ସେଣ୍ଟ୍ରାଲ ସେକ୍ରେଟେରିଏଟ ମେଟ୍ରୋ ଷ୍ଟେସନରେ ଇଣ୍ଟରଚେଞ୍ଜ ସୁବିଧା ଜାରି ରହିଛି ।

    DMRC ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ପୋଷ୍ଟ କରି କହିଛି କି, ସକାଳ ୭.୩୦ ମିନିଟରୁ ୧୬ ମେଟ୍ରୋ ଷ୍ଟେସନ ଆଗାମୀ ନିର୍ଦ୍ଦେଶ ଯାଏଁ ବନ୍ଦ ରଖାଯିବ । DMRC ଅନୁସାରେ ଏସବୁ ମେଟ୍ରୋ ଷ୍ଟେସନକୁ ଅସ୍ଥାୟୀ ଭାବେ ବନ୍ଦ କରିଦିଆଯାଇଛି । ଦିଲ୍ଲୀର ଲୋକ କଲ୍ୟାଣ ମାର୍ଗ, ରାଜୀବ ଛକ, ପଟେଲ ଛକ, ରାମକ୍ରିଷ୍ଣା ଆଶ୍ରମ ମାର୍ଗ, ବାରାଖମ୍ଭା ରୋଡ, ସୁପ୍ରିମକୋର୍ଟ, ସେବା ତୀର୍ଥ, ଜନପଥ, ମଣ୍ଡି ହାଉସ, କେନ୍ଦ୍ରୀୟ ସଚିବାଳୟ, ଆଇଟିଓ, ଦିଲ୍ଲୀ ଗେଟ୍, ଇନ୍ଦ୍ରପ୍ରସ୍ଥ, ଖାନ ମାର୍କେଟ, ଜୋର ବାଗ, ଶିବାଜୀ ଷ୍ଟାଡିୟମ ଏସବୁ ମେଟ୍ରୋ ଷ୍ଟେସନ ବନ୍ଦ ରହିବ ।

    ରାଜୀବ ଛକ, ପଟେଲ ଛକ ମେଟ୍ରୋ ଷ୍ଟେସନ ବନ୍ଦ ରହିବ । ଏହାସହିତ ସେଣ୍ଟ୍ରାଲ ସେକ୍ରେଟେରିଏଟ୍ ଏବଂ ଜନପତ ମେଟ୍ରୋ ସମତେ ୧୬ଟି ମେଟ୍ରୋ ଷ୍ଟେସନ ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଛି । ରାଜୀବ ଛକ ଏବଂ ସେଣ୍ଟ୍ରାଲ ସେକ୍ରେଟେରିଏଟରେ ଇଣ୍ଟରଚେଞ୍ଜ ଫ୍ୟାସିଲିଟି ଜାରି ରହିବ । କନୋଟ୍ ପ୍ଲେସ୍ ଏବଂ ଜନ୍ତରମନ୍ତର ପାଖରେ ପ୍ରଦର୍ଶନକାରୀଙ୍କ ଉତ୍ତେଜନା ଦେଖି DMRC ଏଭଳି ନିଷ୍ପତ୍ତି ନେଇଛି । DMRC କହିଛି କି, ଏହି ନିଷ୍ପତ୍ତି ସୁରକ୍ଷା କାରଣରୁ ନିଆଯାଇଛି ।

    ଏସବୁ ଷ୍ଟେସନରେ ଯାତ୍ରୀଙ୍କ ପ୍ରବେଶ ଏବଂ ପ୍ରସ୍ଥାନ ସଂପୂର୍ଣ୍ଣ ଭାବେ ବନ୍ଦ ରହିବ । ରାଜୀବ ଛକ, ମଣ୍ଡି ହାଉସ, ସେଣ୍ଟ୍ରାଲ ସେକେଟେରିଏଟ୍ରେ କେବଳ ଇଣ୍ଟରଚେଞ୍ଜ ସୁବିଧା ଉପଲବ୍ଧ ରହିବ । ଜନ୍ତରମନ୍ତରରେ ପ୍ରଦର୍ଶନ ଯୋଗୁଁ ରାଜଧାନୀର ବିଭିନ୍ନ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା ପୂର୍ବରୁ ଅଧିକ କଡ଼ା କରାଯାଇଛି । ପ୍ରଦର୍ଶନ ସ୍ଥଳ ଏବଂ ଆଖାପାଖରେ ଅତିରିକ୍ତ ପୋଲିସ ବଳ ନିୟୋଜିତ ରହିଛି ।

    ତେବେ ମେଟ୍ରୋ ଷ୍ଟେସନରେ ସିଆରପିଏଫ ନିୟୋଜିତ ରହିଛନ୍ତି । ସଂସଦ ଯିବାକୁ ଥିବା ରାସ୍ତାରେ ସିଆରପିଏଫ ମଧ୍ୟ ନିୟୋଜିତ ରହିଛନ୍ତି । ଜନ୍ତରମନ୍ତର ଆଖାପାଖରେ ଥିବା ମେଟ୍ରୋ ଷ୍ଟେସନରେ ମଧ୍ୟ ଦିଲ୍ଲୀ ପୋଲିସ ନିୟୋଜିତ ରହିଛି । DMRC ଯାତ୍ରୀଙ୍କୁ ଅପିଲ୍ କରିଛି କି, ଯାତ୍ରା ଆରମ୍ଭ ହେବା ପୂର୍ବରୁ ମେଟ୍ରୋ ସେବା ସହିତ ଜଡିତ ଜରୁରୀ ଅପଡେଟ୍ ନିଶ୍ଚିତ ଦେଖନ୍ତୁ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    23 ° C
    23 °
    23 °
    93 %
    1.6kmh
    5 %
    Wed
    23 °
    Thu
    30 °
    Fri
    30 °
    Sat
    31 °
    Sun
    31 °

    ସମ୍ବନ୍ଧିତ