Saturday, October 10, 2026
30.1 C
Odisha

    ଦ୍ୱିତୀୟ ବିବାହ କଲେ ମନୋଜ ମିଶ୍ର

    ଆଗକୁ ପଢନ୍ତୁ

    ପୁଣି ଥରେ ଚର୍ଚାରେ ମନୋଜ ମିଶ୍ର । ଏଥର କୌଣସି ବିବାଦ କାରଣରୁ ନୁହେଁ ବରଂ ବ୍ୟକ୍ତିଗତ କାରଣରୁ ଶିରୋନାମାରେ ରହିଛନ୍ତି ଅଭିନେତା । ବର୍ତ୍ତମାନ ସେ ଦ୍ୱିତୀୟ ଇନିଂସ ଆରମ୍ଭ କରିଛନ୍ତି। ନିକଟରେ ସେ ଦ୍ୱିତୀୟ ବିବାହ କରିଥିବା ନେଇ ସୋସିଆଲ ମିଡ଼ିଆରେ ସୂଚନା ଦେଇଛନ୍ତି। ଅଭିନେତ୍ରୀ ତଥା ପ୍ରେମିକା ମମତା ନନ୍ଦଙ୍କୁ ବିବାହ କରିଛନ୍ତି ଅଭିନେତା ମନୋଜ। ବିବାହ ବେଳର ଫଟୋକୁ ମଧ୍ୟ ମନୋଜଙ୍କ ଦ୍ୱିତୀୟ ପତ୍ନୀ ମମତା ତାଙ୍କ ସୋସିଆଲ ମିଡ଼ିଆରେ ସେୟାର କରିଛନ୍ତି। ଯାହା ଏବେ ଖୁବ ଭାଇରାଲ ହେଉଥିବା ବେଳେ ଉଭୟଙ୍କୁ ଫ୍ୟାନ୍ସ ସମେତ ସେଲିବ୍ରିଟି ତାଙ୍କୁ ଶୁଭକାମନା ଜଣାଇଛନ୍ତି.ଦୀର୍ଘ ଦିନ ହେବ ମନୋଜ ମିଶ୍ର ଅଭିନେତ୍ରୀ ମମତା ନନ୍ଦଙ୍କୁ ଡେଟ୍ କରିଆସୁଥିଲେ । ଯାହାକୁ ନେଇ ଓଲିଉଡ ଜଗତରେ ଚର୍ଚ୍ଚା ଜୋର ଧରିଥିଲା । ଏହା ପରେ ବର୍ତ୍ତମାନ ଉଭୟ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଉଭୟ କୋର୍ଟ ମ୍ୟାରେଜ କରିଥିବା ବେଳେ ସୋସିଆଲ ମିଡିଆରେ ବିବାହକୁ ସୁନିଶ୍ଚିତ କରିଛନ୍ତି । ଫଟୋରେ ଉଭୟ ମ୍ୟାରେଜ ପେପରରେ ସାଇନ କରୁଥିବା ଦେଖିବାକୁ ମିଳିଛି ।

    ଏଠାରେ କହି ରଖୁ କି ମନୋଜ ତାଙ୍କର ପ୍ରଥମ ସ୍ତ୍ରୀ ମାନା ମିଶ୍ରଙ୍କୁ ନିକଟରେ ଛାଡ଼ପତ୍ର ପ୍ରଦାନ କରିଥିଲେ। ପାରିବାରିକ କାରଣରୁ ସେ ତାଙ୍କୁ ଛାଡ଼ପତ୍ର ଦେଇଥିବା କହିଥିଲେ। ମାନା ଓ ମନୋଜଙ୍କର ପୂର୍ବରୁ ଏକ କନ୍ୟା ସନ୍ତାନ ରହିଛନ୍ତି। ଛାଡପତ୍ର ପରେ ମନୋଜ ମିଶ୍ର ଅଭିନେତ୍ରୀ ମମତା ନନ୍ଦଙ୍କ ପ୍ରେମରେ ପଡିଥିଲେ । ପରେ ପରସ୍ପରକୁ ଡେଟ୍ କରିବା ଆରମ୍ଭ କରିଥିଲେ । ଦୀର୍ଘ ଦିନର ଡେଟିଂ ପରେ ଉଭୟ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    30.1 ° C
    30.1 °
    30.1 °
    55 %
    3.3kmh
    0 %
    Sat
    30 °
    Sun
    30 °
    Mon
    30 °
    Tue
    30 °
    Wed
    30 °

    ସମ୍ବନ୍ଧିତ