Thursday, September 24, 2026
24.7 C
Odisha

    ବାଂଲାଦେଶରେ ହିନ୍ଦୁମାନଙ୍କ ଉପରେ ଆକ୍ରମଣ, ମନ୍ଦିର ଜ​ଳାପୋଡ଼ା

    ଆଗକୁ ପଢନ୍ତୁ

    ଢାକା: ବାଂଲାଦେଶ ଏକ ବଡ଼ ରାଜନୈତିକ ସଙ୍କଟର ସମ୍ମୁଖୀନ ହେଉଛି। ଦେଶରେ ପ୍ରବଳ ହିଂସା ଓ ବିକ୍ଷୋଭ ପରେ ପ୍ରଧାନମନ୍ତ୍ରୀ ଶେଖ୍ ହସିନା ନିଜ ପଦରୁ ଇସ୍ତଫା ଦେଇଛନ୍ତି। ଏହା ସହ ହସିନା ସ୍ୱତନ୍ତ୍ର ବିମାନଯୋଗେ ବାଂଲାଦେଶ ଓ ଭାରତ ଛାଡ଼ିଛନ୍ତି। ସେ ଭାରତରୁ ଲଣ୍ଡନ ଯିବେ ବୋଲି ଅନୁମାନ କରାଯାଉଛି। ତେବେ ବାଂଲାଦେଶରେ ଚାଲିଥିବା ବିକ୍ଷୋଭ ଓ ହିଂସା ଭିତରେ ଏବେ ସଂଖ୍ୟାଲଘୁ ହିନ୍ଦୁମାନଙ୍କ ପ୍ରତି ମଧ୍ୟ ବିପଦ ଦେଖାଦେଇଛି । ସୂଚନା ଅନୁଯାୟୀ, ବାଂଲାଦେଶରେ ହିନ୍ଦୁମାନଙ୍କ ଉପରେ ଆକ୍ରମଣ ଆରମ୍ଭ ହୋଇଯାଇଛି । ବିକ୍ଷୋଭକାରୀଙ୍କ ଆକ୍ରମଣରେ ଏହି ଦେଶରେ ଥିବା ୪ଟି ହିନ୍ଦୁ ମନ୍ଦିର କ୍ଷତିଗ୍ରସ୍ତ ହୋଇଥିବା ସୂଚନା ମିଳିଛି। କ୍ଷତିଗ୍ରସ୍ତ ମନ୍ଦିର ମଧ୍ୟରେ ରହିଛି ଢାକାରେ ଥିବା ଇସ୍କନ ମନ୍ଦିର ଓ ଏକ ପ୍ରାଚୀନ କାଳୀ ମନ୍ଦିର । ଏହାଛଡ଼ା ଉତ୍ତ୍ୟକ୍ତ ଜନତା ଢାକାରେ ଥିବା ଭାରତୀୟ ସାଂସ୍କୃତିକ କେନ୍ଦ୍ରରେ ଭଙ୍ଗାରୁଜା କରିଛନ୍ତି ।
    ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କ ଇସ୍ତଫା ପରେ ଉପୁଜିଥିବା ଉତ୍ତେଜନାପୂର୍ଣ୍ଣ ପରିସ୍ଥିତିକୁ ନେଇ ହିନ୍ଦୁ ସମ୍ପ୍ରଦାୟର ନେତା ଚିନ୍ତିତ ଅଛନ୍ତି। ବାଂଲାଦେଶର ରାଜଧାନୀ ଧାନମଣ୍ଡି ଅଞ୍ଚଳରେ ଥିବା ଇନ୍ଦିରା ଗାନ୍ଧୀ ସାଂସ୍କୃତିକ କେନ୍ଦ୍ର (ଆଇଜିସିସି) ଏବଂ ବଙ୍ଗବନ୍ଧୁ ସ୍ମାରକୀ ସଂଗ୍ରହାଳୟକୁ ସୋମବାର ଦୁର୍ବୃତ୍ତମାନେ ଭଙ୍ଗାରୁଜା କରିଛନ୍ତି। ବାଂଲାଦେଶର ଇନ୍ଦିରା ଗାନ୍ଧୀ ସାଂସ୍କୃତିକ କେନ୍ଦ୍ର ୨୦୧୦ ମାର୍ଚ୍ଚରେ ଉଦଘାଟିତ ହୋଇଥିଲା । ଏହା ଭାରତୀୟ ସାଂସ୍କୃତିକ ସମ୍ପର୍କ ପରିଷଦର ସାଂସ୍କୃତିକ କେନ୍ଦ୍ର ଏବଂ ଭାରତ ଓ ବାଂଲାଦେଶ ମଧ୍ୟରେ ଦ୍ୱିପାକ୍ଷିକ ସାଂସ୍କୃତିକ ସମ୍ପର୍କକୁ ପ୍ରୋତ୍ସାହିତ କରେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    moderate rain
    24.7 ° C
    24.7 °
    24.7 °
    95 %
    2kmh
    100 %
    Thu
    25 °
    Fri
    28 °
    Sat
    31 °
    Sun
    28 °
    Mon
    30 °

    ସମ୍ବନ୍ଧିତ