Thursday, September 24, 2026
25 C
Odisha

    ପଦ୍ମଶ୍ରୀ ଫେରାଇଲେ ପୁନିଆ, ପ୍ରଧାନମନ୍ତ୍ରୀଙ୍କୁ ଲେଖିଲେ ଚିଠି । କୁସ୍ତିଯୋଦ୍ଧା ଓ ଏହାର ଖେଳାଳୀଙ୍କ ପ୍ରତି ଧ୍ୟାନ ଦେବାକୁ କଲେ ନିବେଦନ

    ଆଗକୁ ପଢନ୍ତୁ

    ବ୍ରିଜ ଭୂଷଣ ଶରଣ ସିଂହଙ୍କ ଘନିଷ୍ଟ ସହଯୋଗୀ ସଞ୍ଜୟ ସିଂ ଭାରତୀୟ କୁସ୍ତି ସଙ୍ଘର ଅଧକ୍ଷ ଭାବେ ନିର୍ବାଚିତ ହେବା ପରେ ଘନେଇବାରେ ଲାଗିଛି ବିବାଦ । ଏହି ଘୋଷଣା ପରେ ଅସନ୍ତୋଷ ବ୍ୟକ୍ତ କରି ଶୁକ୍ରବାର ପଦ୍ମଶ୍ରୀ ପୁରସ୍କାର ଫେରାଇ ଦେଇଛନ୍ତି ଜଣାଶୁଣା ରେସଲର ବଜରଙ୍ଗ ପୁନିଆ । ସୋସିଆଲ ମିଡିଆ ଏକ୍ସରେ ସେ ପୋଷ୍ଟ କରି ଏନେଇ ଘୋଷଣା କରିଛନ୍ତି । ଏଥିସହ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ପତ୍ର ଲେଖି ମନର କଥା ବଖାଣିବା ସହ କୁସ୍ତି ପ୍ରତି ଧ୍ୟାନ ଦେବାକୁ ଅନୁରୋଧ କରିଛନ୍ତି ବଜରଙ୍ଗ ପୁନିଆ ।ସେହିପରି ଗୁରୁବାର କୁସ୍ତିରୁ ଅବସର ନେଇଛନ୍ତି ରିଓ ଅଲମ୍ପିକରେ ଦେଶ ପାଇଁ ପଦକ ଜିତିଥିବା ସାକ୍ଷୀ ମଲ୍ଲିକ । ସଞ୍ଜୟ ସିଂ କୁସ୍ତିସଙ୍ଘର ଅଧକ୍ଷ ହେବା ପରେ ସାମ୍ବାଦିକ ସମ୍ମିଳନୀ କରି ସେ କୁସ୍ତିରୁ ସନ୍ୟାସ ଘୋଷଣା କରିଛନ୍ତି । ବିଜେପି ସାଂସଦ ତଥା କୁସ୍ତି ମହାସଙ୍ଘର ପୂର୍ବତନ ଅଧକ୍ଷ ବ୍ରିଜ ଭୂଷଣ ସିଂଙ୍କ ବିରୋଧରେ କୁସ୍ତି ଖେଳାଳୀ ମାନେ ଯୌନ ନିର୍ଯ୍ୟାତନାର ଅଭିଯୋଗ ଆଣିଥିଲେ । ଏବେ ତାଙ୍କ ଘନିଷ୍ଠ ସହଯୋଗୀ କୁସ୍ତି ମହାସଙ୍ଘର ଅଧକ୍ଷ ହେବା ପରେ ଏହାକୁ ବିରୋଧ କରିଛନ୍ତି ରେସଲର ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    25 ° C
    25 °
    25 °
    96 %
    3.6kmh
    100 %
    Thu
    25 °
    Fri
    28 °
    Sat
    31 °
    Sun
    28 °
    Mon
    30 °

    ସମ୍ବନ୍ଧିତ