Wednesday, September 23, 2026
24.1 C
Odisha

    ପଢନ୍ତୁ ଏ ସପ୍ତାହର ଅପରାଧ ଖବର

    ଆଗକୁ ପଢନ୍ତୁ

    ପ୍ରେମିକା ଓ ସହପାଠୀକୁ ଛୁରୀ ଭୁସି ହତ୍ୟା
    ସୋମବାର ସୁନ୍ଦରଗଡ଼ ଜିଲ୍ଲା କୁତ୍ରା ଥାନା ଅନ୍ତର୍ଗତ କାଂସିପଡ଼ା ଗ୍ରାମରେ ଡବଲ ମର୍ଡର ଜିଲ୍ଲାବ୍ୟାପୀ ଆଲୋଡ଼ନ ସୃଷ୍ଟି କରିଛି। ପ୍ରେମ ଉପରେ ସନ୍ଦେହ କରି ପ୍ରେମିକା ଓ ସହପାଠୀକୁ ଛୁରି ଭୁସି ହତ୍ୟା କରିଛି ପ୍ରେମିକ। ମୃତକ ହେଲେ ଲିପ୍ସା କେରକେଟା ଓ ସହପାଠୀ ପ୍ରତାପ ଲାକ୍ରା। ଅଭିଯୁକ୍ତ ରାଜଗାଙ୍ଗପୁର ଜରୁମାଲର ରାଜୁ ନାଗକୁ ଗିରଫ କରିବା ପାଇଁ ଚଢ଼ଉ କରୁଥିବା ଜଣା ଯାଇଛି।
    ଯୁବକଙ୍କୁ କଟୁରୀ ଚୋଟ, ଜଣେ ଗିରଫ
    ସୋମବାର ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ଘଟଣାରେ ଜଣଙ୍କୁ ଗିରଫ କରିଛି ଖଣ୍ଡଗିରି ଥାନା ପୁଲିସ। ଗିରଫ ଅଭିଯୁକ୍ତ ଜଣଙ୍କ ହେଉଛି ବରମୁଣ୍ଡା ମା ମଙ୍ଗଳା ହରିଜନ ସାହିର ପ୍ରଶାନ୍ତ କୁମାର ନାୟକ। ୧୦ ତାରିଖରେ ପ୍ରକାଶ କୁମାର ସାହୁ ତାଙ୍କ ଅଟୋରିକ୍ସାରେ ରାସନ୍ ନେଇ ଫେରୁଥିବା ବେଳେ ପ୍ରଶାନ୍ତ ମଧ୍ୟ ତାଙ୍କ ଅଟୋ ନେଇ ଫେରୁଥିଲେ। ଲକ୍ଷ୍ମୀ ମଣ୍ଡପ ନିକଟ ରାସ୍ତାରେ ଉଭୟଙ୍କ ଗାଡ଼ି ପରସ୍ପରକୁ ଅତିକ୍ରମ କରି ପାରିନଥିଲା। ଏହାକୁ ନେଇ ଉଭୟଙ୍କ ମଧ୍ୟରେ ବିବାଦ ସୂତ୍ରପାତରୁ ପ୍ରଶାନ୍ତ ଆକ୍ରମଣ କରିବାରୁ ପ୍ରକାଶଙ୍କ ଶରୀରରେ ଏକାଧିକ ସ୍ଥାନରେ ଗୁରୁତର ଆଘାତ ଲାଗିଥିଲା।
    ଗୁଳିମାଡ଼ରେ ଯୁବକ ମୃତ
    ବୁଧବାର ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗରରେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଜଣେ ଯୁବକଙ୍କୁ ଗୁଳି କରି ହତ୍ୟା କରାଯାଇଛି। ମୃତକ ହେଲେ ତ୍ରିନାଥ ମଲ୍ଲିକ। ତ୍ରିନାଥ ଏକ ମଣ୍ଡପରେ ବସି ତାସ ଖେଳୁଥିଲେ। ସେହି ସମୟରେ ଜଣେ ଅଜଣା ଦୁର୍ବୃତ୍ତ ଆସି ଅତି ନିକଟରୁ ତାଙ୍କ ମୁଣ୍ଡ ଓ ଛାତିକୁ ଦୁଇ ରାଉଣ୍ଡ ଗୁଳି ଚଳାଇ ଥିଲେ। ଘଟଣା ବାବଦରେ କବିସୂର୍ଯ୍ୟନଗରରେ ପୁଲିସ ଖୋକା, ମୋବାଇଲ୍, ହଳେ ଜୋତା ଉଦ୍ଧାର କରିବା ସହ ମୃତଦେହ କୁ ଜବତ କରି ତଦନ୍ତ ଆରମ୍ଭ କରିଛନ୍ତି।
    ମହିଳାଙ୍କୁ ଗଣଦୁଷ୍କର୍ମ; ୫ ଗିରଫ
    ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗରର ଥାନା ଖଇରାପଲ୍ଲୀ ରାସ୍ତାକଡ଼ରେ ଜଣେ ମହିଳାଙ୍କୁ ଗଣଦୁଷ୍କର୍ମ ସହ ତାଙ୍କୁ ମାଡ଼ ମାରିବା ଓ ଯୌନାଙ୍ଗରେ ମଦ ବୋତଲ ପୂରାଇବା ଭଳି ଅମାନୁଷିକ ଘଟଣା ସାରା ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଛି। ପୀଡ଼ିତଙ୍କ ଅଭିଯୋଗ ଆଧାରରେ ପୁଲିସ ଗୁରୁବାର ୫ ଜଣଙ୍କୁ ଗିରଫ କରିଛି। ଅଭିଯୁକ୍ତମାନେ ହେଲେ କୋଟିନଡ଼ା ଥାନା ଅଧୀନସ୍ଥ ଖାରିଆ ଗ୍ରାମର ସନ୍ତୋଷ ନାୟକ, କବିସୂର୍ଯ୍ୟନଗର ଥାନା ବାଣନଈଖରିଡ଼ା ଗ୍ରାମର ରାଜେନ୍ଦ୍ର ପ୍ରଧାନ, କୋଦଳା ଥାନା ଛଚିନା ଗ୍ରାମର ଟୁଲୁ ପ୍ରଧାନ, ରଣିପଡା ଗ୍ରାମର ଶୁଭ ମୁନି ଓ ବେଲପଡ଼ା ଗ୍ରାମର ଆଲୋକ ମଲ୍ଲିକ।
    ଉଦୟନାଥ ମୁନି ହତ୍ୟା ଘଟଣାରେ ଅଭିଯୁକ୍ତ କୋର୍ଟଚାଲାଣ
    ଆସିକା ଥାନା ଅନ୍ତର୍ଗତ ଏନ୍ଏସି କଲୋନୀ ସ୍ଥିତ ତାଲୁକ ମୁଖ୍ୟ ରାସ୍ତାରେ ଗତ ଶନିବାର ଦିବ୍ୟ।ଙ୍ଗ ଉଦ୍ୟନାଥ ମୁନିଙ୍କୁ ଜଣେ ଯୁବକ କାଠ ଫଳିଆରେ ପିଟି ହତ୍ୟା କରିଥିଲେ। ମୃତକଙ୍କ ପତ୍ନୀ ଓ ଦିବ୍ୟଙ୍ଗ ଝିଅକୁ ଆକ୍ରମଣ ଓ ଅସଦାଚରଣ କରିଥିବା ଅଭିଯୋଗ ହୋଇଥିଲା। ପୁଲିସ ଅଭିଯୁକ୍ତ ଆସିକା ତୋଟା ହରିଜନ ସାହିର ମୁକେଶ ଆନନ୍ଦକୁ ଗିରଫ କରି କୋର୍ଟ ଚାଲାଣ କରିଛି। ହତ୍ୟାକାଣ୍ଡ ପଛରେ କଣ କାରଣ ରହିଛି ତାହା ଜଣାପଡ଼ିନି।
    ବୋମାମାଡରେ ସାନ ପୁଅ ମୃତ୍ୟୁ ଘଟଣାରେ ବାପା ଓ ବଡ଼ ପୁଅ ଗିରଫ
    ଭବାନୀପୁର ପଞ୍ଚାୟତ ଅନ୍ତର୍ଗତ ସାହସପୁର ଶାନ୍ତିନଗର ଦିବ୍ୟସିଂହ ରାଉତରାୟଙ୍କ ମୃତ୍ୟୁ ମାମଲାରେ ବାପା ଓ ବଡ଼ ପୁଅକୁ ପୁଲିସ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ବାପା ସଠ ରାଉତରାୟ, ପୁଅ ବଡ଼ପୁଅ ସୁବାସ ରାଉତରାୟ। ଜମିବାଡ଼ି ବିବାଦକୁ ନେଇ ବାପ ପୁଅମାନଙ୍କ ମଧ୍ୟରେ କଳହ ଲାଗି ରହୁଥିଲା। ଶୁକ୍ରବାର ସଠ ଓ ବଡ଼ ପୁଅ ସୁବାସଙ୍କ ମଧ୍ୟରେ କଳହ ହୋଇଥିଲା। ପରେ ଦିବ୍ୟସିଂହ ବନ୍ଧୁକ ଧରି ବଡ଼ ଭାଇ ସୁବାସଙ୍କୁ ମାରିବା ପାଇଁ ଗୋଡ଼ାଇ ଥିଲା। ଭୟରେ ସୁବାସ ଏବଂ ତାଙ୍କ ପତ୍ନୀ ଘର ଭିତରେ ଆସି ଗ୍ରିଲ ଦେଇ ଦେଇଥିଲେ। ପରେ ସଠ ସୁବାସଙ୍କ ଘର ଆଡ଼କୁ ବୋମା ପକେଇବା ଚେଷ୍ଟା ବେଳେ ତାହା ସାନ ପୁଅ ଦିବ୍ୟସିଂହ ଉପରେ ପଡ଼ିବାରୁ ତାଙ୍କର ମୃତ୍ୟୁ ହୋଇଥିଲା।
    ବାପାକୁ ପିଟିପିଟି ହତ୍ୟା
    କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ ସୁଗୁଡ଼ାବାଡି ପଞ୍ଚାୟତ ସାନ ପେଟାମହା ଗ୍ରାମରେ ମଙ୍ଗଳବାର ନିଶାରେ ଜଣେ ଯୁବକ ନିଜ ବାପାଙ୍କୁ ପିଟିପିଟି ହତ୍ୟା କରିଛି। ମୃତକ ହେଲେ ହାଡ଼ିପା ପ୍ରଧାନ। ତାଙ୍କ ସାନ ପୁଅ ପାରିବାରିକ କଲହରୁ ରୁକେଶ ପ୍ରଧାନ ଅତି ନିର୍ମମ ଭାବେ ତାଙ୍କୁ ପିଟିପିଟି ହତ୍ୟା କରିଛି।
    ନାବାଳିକା ଦୁଷ୍କର୍ମକାରୀକୁ ୨୦ ବର୍ଷ ଜେଲ୍
    ଫୁଲବାଣୀ ସ୍ଵତନ୍ତ୍ର ପୋକ୍ସୋ କୋର୍ଟର ବିଚାରପତି ରାଜେଶ ଦାଶ ମଙ୍ଗଳବାର ଏକ ନାବାଳିକା ଦୁଷ୍କର୍ମ ମାମଲାର ବିଚାର କରି ଦୋଷୀକୁ ୨୦ ବର୍ଷ ଜେଲ ଓ ୧ ଲକ୍ଷ ୨୦ ହଜାର ଟଙ୍କା ଜରିମାନାରେ ଦଣ୍ଡିତ କରିଛନ୍ତି। ଜରିମାନା ଅନାଦେୟ ହେଲେ ଅଧିକ ୧୩ ମାସ ସଶ୍ରମ କାରାଦଣ୍ଡ ଭୋଗିବାକୁ ପଡ଼ିବ ବୋଲି ରାୟରେ ନିର୍ଦ୍ଧେଶ ଦେଇଛନ୍ତି। ଦୋଷୀ ଜଣଙ୍କ ହେଲେ ଟିକାବାଲି ଥାନା ଅଂଚଳର ବନମାଳୀ ପ୍ରଧାନ। ୨୦୧୮ ମସିହାରେ ସେହି ଅଞ୍ଚଳରୁ ଜଣେ ନାବାଳିକାକୁ ବିଭିନ୍ନ ପ୍ରକାର ପ୍ରଲୋଭନ ଦେଖାଇ ବାରମ୍ବାର ଦୁଷ୍କର୍ମ କରିଥିଲେ। ଏ ବାବଦରେ କାହାକୁ କହିଲେ ଜୀବନରେ ମାରିଦେବାକୁ ଧମକ ଦେଇଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    24.1 ° C
    24.1 °
    24.1 °
    96 %
    4.2kmh
    100 %
    Wed
    24 °
    Thu
    25 °
    Fri
    28 °
    Sat
    28 °
    Sun
    23 °

    ସମ୍ବନ୍ଧିତ