Saturday, March 7, 2026
29.5 C
Odisha

    ପୁଣି ଗିରଫ ହେଲା କୁଖ୍ୟାତ ଅପରାଧୀ ଛବି ଲେଙ୍କା

    ଆଗକୁ ପଢନ୍ତୁ

    ଭୁବନେଶ୍ୱର: ଗିରଫ ହେଲା କୁଖ୍ୟାତ ଅପରାଧୀ ଛବି ଲେଙ୍କା । ଦାଦା ବଟି ଓ ହତ୍ୟା ଧମକ ଦେବା ଅଭିଯୋଗରେ ଛବିକୁ ଗିରଫ କରିଛି ବାରଙ୍ଗ ଥାନା ପୋଲିସ। ଗତକାଲି ବିଳମ୍ବିତ ରାତିରେ ବେଲଗଛିଆ ଗାଁର ଛବିନ୍ଦ୍ର ଲେଙ୍କା ନରଣପୁର ବାଲି ଘାଟରେ ୨ ଲକ୍ଷ ଟଙ୍କା ଦାଦା ବଟି ମାଗିବା ସହିତ ଜୀବନରୁ ମାରି ଦେବାକୁ ଧମକ ଦେଇଥିଲା । ଘାଟ କର୍ମଚାରୀ ପ୍ରକାଶ ଚନ୍ଦ୍ର ତରାଇଙ୍କ ଠାରୁ ୪୦ ହଜାର ଟଙ୍କା ନେଇ ଚାଲିଯାଇଥିଲା ଛବି । ଏନେଇ ବାରଙ୍ଗ ଥାନାରେ ଅଭିଯୋଗ ପରେ ବିଭିନ୍ନ ସ୍ଥାନରେ ଚଢାଉ କରି ଛବି ଲେଙ୍କାକୁ ଗିରଫ କରିଛି ପୋଲିସ । ତା ନିକଟରୁ ୩୦ ହଜାର ଟଙ୍କା ଜବତ କରି କୋର୍ଟ ଚାଲାଣ କରାଯାଇଛି । ଛବି ନାଁରେ ୬ରୁ ଅଧିକ ଥାନାରେ ହତ୍ୟା ଏବଂ ଚୋରି ଡକାୟତି ଭଳି ସଙ୍ଗୀନ ମାମଲା ରହିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    29.5 ° C
    29.5 °
    29.5 °
    44 %
    2kmh
    18 %
    Sat
    35 °
    Sun
    36 °
    Mon
    37 °
    Tue
    39 °
    Wed
    39 °

    ସମ୍ବନ୍ଧିତ