Saturday, July 4, 2026
24.7 C
Odisha

    ଦିଲ୍ଲୀରେ ପ୍ରବଳ ଥଣ୍ଡା: ୫୦ ବିମାନ, ୩୦ ଟ୍ରେନ୍‌ ପ୍ରଭାବିତ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ଜାତୀୟ ରାଜଧାନୀ ଦିଲ୍ଲୀରେ ଏବେ ପ୍ରବଳ ଥଣ୍ଡା। ମଙ୍ଗଳବାର ଦିନ ସକାଳୁ ସକାଳୁ ଜାତୀୟ ରାଜଧାନୀ କୁହୁଡ଼ିର ଏକ ଚାଦରରେ ତଳେ ଘୋଡ଼େଇ ହୋଇ ରହିଛି। ଭାରତୀୟ ପାଣିପାଗ ବିଭାଗ ଅନୁଯାୟୀ, ଜାତୀୟ ରାଜଧାନୀ ଦିଲ୍ଲୀର ସଫଦରଜଙ୍ଗରେ ତାପମାତ୍ରା ୪.୮ ଡିଗ୍ରି ସେଲ୍‌ସିୟସ୍‌ ରେକର୍ଡ ହୋଇଥିବା ବେଳେ ପଲମରେ ୭.୨ ଡିଗ୍ରି ରେକର୍ଡ କରାଯାଇଛି। ପାଣିବପାଗ ବିଭାଗ ଆହୁରି ମଧ୍ୟ କହିଛି ଯେ ପଲମ ବିମାନବନ୍ଦରରେ ସକାଳ ୭ଟା ବେଳକୁ ୧୦୦ଏମ୍‌ ଦୃଶ୍ୟମାନତା ରିପୋର୍ଟ ହୋଇଥିବାବେଳେ ୭.୩୦ରେ ଏହା ଶୂନ୍ୟକୁ ଖସିଆସିଛି। ସେହିପରି ସଫଦରଜଙ୍ଗରେ ୭ରୁ ୭.୩୦ ମଧ୍ୟରେ ଦୃଶ୍ୟତା ୫୦ଏମ୍‌ ରେକର୍ଡ ହୋଇଛି।

    ଦୃଶ୍ୟମାନତା ହ୍ରାସ ପାଇବା କାରଣରୁ ଦିଲ୍ଲୀରୁ ଯାଉଥିବା ପ୍ରାୟ ୩୦ଟି ବିମାନକୁ ବିଳମ୍ବିତ କରି ଦିଆଯାଇଛି। ଏହା ସହିତ ୧୭ଟି ବିମାନକୁ ବାତିଲ୍‌ କରାଯାଇଛି। ରିପୋର୍ଟରେ ଆହୁରି ବି ଦର୍ଶାଯାଇଛି ଯେ ଦିଲ୍ଲୀକୁ ଆସୁଥିବା ପ୍ରାୟ ୩୦ଟି ଟ୍ରେନ୍‌ ବିଳମ୍ବିତ ହୋଇଛି। ଏହି ଅସୁବିଧା ସମୟରେ ଦିଲ୍ଲୀ ବିମାନବନ୍ଦର ଏବଂ ରେଳ ଷ୍ଟେସନରେ ଯାତ୍ରୀମାନେ ଅପେକ୍ଷା କରିଥିବାର ଦୃଶ୍ୟ ଦେଖବାକୁ ମିଳୁଛି। ଘନ କୁହୁଡ଼ି ମଙ୍ଗଳବାର ବିମାନ ଏବଂ ଟ୍ରେନ୍ ଚଳାଚଳ ଉପରେ ବିଶେଷ ପ୍ରଭାବ ପକାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    24.7 ° C
    24.7 °
    24.7 °
    94 %
    3.2kmh
    100 %
    Sat
    25 °
    Sun
    24 °
    Mon
    28 °
    Tue
    30 °
    Wed
    30 °

    ସମ୍ବନ୍ଧିତ