Thursday, June 18, 2026
26.2 C
Odisha

    ମୁହଁରେ ଦେଶୀ ଘିଅ ଲଗାଇଲେ ଯୁବା ଦିଶିବ ତ୍ବଚା; ନାଭିରେ ଲଗାଇଲେ ବଢ଼ିବ ଉଜ୍ଜ୍ୱଳତା

    ଆଗକୁ ପଢନ୍ତୁ

    ଶରୀରର ରଂଗ ଯେପରି ବି ହେଉ, କିଛି ଫରକ ପଡ଼େନା। ମାତ୍ର ଚେହେରାରେ ସାମାନ୍ୟ ଦାଗ ବିଷାଦର କାରଣ ବନିଯାଏ। ମୁଖମଣ୍ଡଳରେ ଯଦି ଦାଗ କିମ୍ବା ଆଖି ତଳ କଳା ପଡ଼ିବା ପରି ସମସ୍ୟା ଉପୁଜେ ତ ମନ ବିଷାଦଗ୍ରସ୍ତ ହୋଇଯାଏ। ଏହି ଦାଗ ଓ ଆଖି ତଳ କଳା ପାଇଁ ଲୋକମାନେ ସେମାନଙ୍କ ବୟସଠାରୁ ବୟସ୍କ ଦେଖାଯିବା ଆରମ୍ଭ କରନ୍ତି। ପ୍ରଦୂଷଣ, ମାନସିକ ଚାପ, ଖାଇବା ଅଭ୍ୟାସ, ଶୋଇବା ଶୈଳୀ ଏବଂ ପାଣିପାଗ ଆମ ଚର୍ମ ଉପରେ ଢେର୍‌ ପ୍ରଭାବ ପକାଇଥାଏ। ତେଣୁ ଆଖି ତଳ କଳା ପଡ଼ିବା ଚର୍ମର ଏକ ସାଧାରଣ ସମସ୍ୟା। ଯଦିଓ ଏଥିପାଇଁ ଘରୋଇ ଉପଚାର ଅଛି, କିନ୍ତୁ ସଠିକ୍ ପଦ୍ଧତି ଜାଣି ନ ଥିବାରୁ ଆମେ ତାହାର ଲାଭ ଉଠାଇ ପାରନ୍ତି ନାହିଁ। ଚର୍ମକୁ କିପରି ଶକ୍ତ କରିବେ? ଚର୍ମକୁ ଲୋଚାକୋଚା ହେବାରୁ ବଞ୍ଚାଇବାକୁ ଘରୋଇ ଉପଚାରର ଆବଶ୍ୟକତା ରହିଛି। ତେଣୁ ଆଜି ଆମେ ଆପଣଙ୍କୁ ଏପରି ଏକ ଘରୋଇ ଉପଚାର ବିଷୟରେ କହିବାକୁ ଯାଉଛୁ ଯାହା ଚେହେରାର ଉଜ୍ଜ୍ବଳତା ବଢ଼ାଇବାରେ ସାହାଯ୍ୟ କରିବ।

    ଆମେ କହୁଛି ଖାଣ୍ଟି ଗୁଆ ଘିଅ ବିଷୟରେ। ଏହାକୁ ଚେହେରାରେ ଲଗାଇଲେ ତ୍ବଚ‌ାର ଉଜ୍ଜ୍ବଳତା ବୃଦ୍ଧି ପାଇଥାଏ। ଖାଲି ସେତିକି ନୁହେଁ, ଏହାକୁ ଆଖି ଚାରିପାଖରେ ଗୋଲ ଗୋଳ କରି ବୁଲେଇ ଲଗାଇବା ଦ୍ବାରା ଆଖି ଚାରିପାଖ କଳା ପଡ଼ିବା ବି କମ୍‌ ହୋଇଥାଏ। ଏହାକୁ ଗାଧୋଇବା ବେଳେ ନାଭିରେ ଲଗାଇ ଗାଧୋଇଲେ ମୁଖମଣ୍ଡଳର ଔଜ୍ଜ୍ବଲ୍ୟ ବଢ଼େ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    26.2 ° C
    26.2 °
    26.2 °
    70 %
    1.3kmh
    89 %
    Thu
    40 °
    Fri
    38 °
    Sat
    34 °
    Sun
    34 °
    Mon
    34 °

    ସମ୍ବନ୍ଧିତ