Thursday, October 15, 2026
21.4 C
Odisha

    ସନ୍ଧ୍ୟା ଥିଏଟର ଦଳାଚକଟା: ଗିରଫ ପରେ ହାଇକୋର୍ଟରୁ ଅନ୍ତରୀଣ ଜାମିନ ପାଇଲେ ଅଲ୍ଲୁ ଅର୍ଜୁନ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ପୁଷ୍ପା-୨ ଚଳଚ୍ଚିତ୍ରର ପ୍ରଥମ ସ୍କ୍ରିନିଂ ସମୟରେ ପ୍ରମୁଖ ଅଭିନେତା ତଥା ତେଲୁଗୁ ସୁପରଷ୍ଟାର୍‌ ଅଲ୍ଲୁ ଅର୍ଜୁନଙ୍କ ଉପସ୍ଥିତିରେ ହାଇଦ୍ରାବାଦର ସନ୍ଧ୍ୟା ଥିଏଟରରେ ଦଳଚକଟା ହୋଇଥିଲା। ଏଥିରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ତାଙ୍କର ନାବାଳକ ପୁଅ ଗୁରୁତର ଅବସ୍ଥାରେ ସଂପ୍ରତି ଆଇସିୟୁରେ ଚିକିତ୍ସିତ ହେଉଛନ୍ତି। ଏହି ମାମଲାରେ ଆଜି ପୁଲିସ ଅଭିନେତା ଅଲ୍ଲୁ ଅର୍ଜୁନଙ୍କୁ ଗିରଫ କରିଛି। ତେବେ ଗିରଫର କିଛି ଘଣ୍ଟା ମଧ୍ୟରେ ହାଇକୋର୍ଟରୁ ତାଙ୍କୁ ୫୦ହଜାର ଟଙ୍କା ବ୍ୟକ୍ତିଗତ ମୁଚାଲିକା ବଦଳରେ ଅନ୍ତରୀଣ ଜାମିନ ମିଳିଛି।
    ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇଥିଲେ ନିମ୍ନ ଅଦାଲତ

    ଡିସେମ୍ବର ୪ରେ ସନ୍ଧ୍ୟା ଥିଏଟରରେ ଦଳାଚକଟାରେ ରେବତୀ (୩୫)ଙ୍କ ମୃତ୍ୟୁ ହୋଇଥିଲା। ଏହି ଘଟଣାରେ ମୃତ ମହିଳାଙ୍କ ପତିଙ୍କ ଅଭିଯୋଗକ୍ରମେ ଅଲ୍ଲୁ ଅର୍ଜୁନ, ତାଙ୍କର ସୁରକ୍ଷାକର୍ମୀ ଓ ଥିଏଟର କର୍ତ୍ତୃପକ୍ଷଙ୍କ ବିରୋଧରେ ବିଏନ୍‌ଏସ୍‌ର ଧାରା ୧୦୫ ଓ ୧୧୮ (୧)ରେ ମାମଲା ରୁଜୁ କରାଯାଇଥିଲା। ଏହି ଘଟଣାରେ, ପୂର୍ବରୁ ଥିଏଟରର ଅନ୍ୟତମ ମାଲିକଙ୍କ ସମେତ ତିନିଜଣଙ୍କୁ ଗିରଫ କରାଯାଇଛି। ଆଜି ପୂର୍ବାହ୍‌ଣରେ ସହକାରୀ ପୁଲିସ କମିସନରଙ୍କ ନେତୃତ୍ବରେ ଏକ ପୁଲିସ ଟିମ୍‌ ଅଲ୍ଲୁ ଅର୍ଜୁନଙ୍କ ଘରେ ପହଞ୍ଚି ତାଙ୍କୁ ଗିରଫ କରିଥିଲେ। କୋର୍ଟରେ ହାଜର ପରେ ନିମ୍ନ ଅଦାଲତ ତାଙ୍କୁ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇଥିଲେ।

    ଏହାପରେ ଅଭିନେତା ଅର୍ଜୁନ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ତାଙ୍କ ବିରୋଧରେ ଥିବା ଏଫ୍‌ଆଇଆର୍‌ ରଦ୍ଦ କରିବାକୁ ଆବେଦନ କରିଥିଲେ। ହାଇକୋର୍ଟ ବିଚାରପତି ଜେ ଶ୍ରୀଦେବୀ ଆବେଦନର ଶୁଣାଣି କରିଥିଲେ। ଏଫ୍‌ଆଇଆର୍‌ ରଦ୍ଦ ହୋଇ ନଥିଲେ ମଧ୍ୟ ୫୦ହଜାର ଟଙ୍କା ବ୍ୟକ୍ତିଗତ ମୁଚାଲିକାରେ ବିଚାରପତି ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି। ଶୁଣାଣି ସମୟରେ, ଅର୍ଜୁନଙ୍କ ଓକିଲ ତାଙ୍କ ମହକିଲଙ୍କ ପ୍ରତି ଜଣେ ସାଧାରଣ ନାଗରିକ ଦୃଷ୍ଟିରୁ ନ୍ୟାୟ ପ୍ରଦାନ କରିବାକୁ ଅନୁରୋଧ କରିଥିଲେ। ଏଥିରେ କୋର୍ଟ କହିଥିଲେ, ଏହି ପୃଥିବୀ ପୃଷ୍ଠରେ ଜଣେ ସାଧାରଣ ନାଗରିକ ଭାବେ ଅଲ୍ଲୁ ଅର୍ଜୁନଙ୍କର ଜୀବନ ଓ ସ୍ବତନ୍ତ୍ରତାର ଅଧିକାର ରହିଛି। ଏଣୁ ଉପଯୁକ୍ତ ଆଇନର ସହାୟତା ନେବା ପାଇଁ ତାଙ୍କୁ ଅନ୍ତରୀଣ ଜାମିନ ପ୍ରଦାନ କରାଯାଉଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    21.4 ° C
    21.4 °
    21.4 °
    96 %
    1kmh
    49 %
    Thu
    29 °
    Fri
    29 °
    Sat
    30 °
    Sun
    31 °
    Mon
    29 °

    ସମ୍ବନ୍ଧିତ