Thursday, October 15, 2026
21.4 C
Odisha

    ବୀର ସାବରକରଙ୍କୁ ଅପମାନ, ରାହୁଲ ଗାନ୍ଧୀଙ୍କୁ କୋର୍ଟ ସମନ

    ଆଗକୁ ପଢନ୍ତୁ

    ଲକ୍ଷ୍ନୌ: ଭାରତ ଯୋଡ଼ ଯାତ୍ରା ସମୟରେ ମହାରାଷ୍ଟ୍ରରେ ମହାନ୍‌ ସ୍ବାଧୀନତା ସଂଗ୍ରାମୀ ବୀର ସାବରକରଙ୍କୁ ଅପମାନିତ କରିବା, ମିଥ୍ୟା ତଥ୍ୟ ସମ୍ବଳିତ ଚିରୁକୁଟି ବଣ୍ଟନ କରିବା ମାମଲାରେ ଆଜି ଲକ୍ଷ୍ନୌର ଏକ କୋର୍ଟ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କୁ ସମନ ଜାରି କରିଛନ୍ତି। ନଭେମ୍ବର ୨୦୨୨, ମହାରାଷ୍ଟ୍ର ଅକୋଲାରେ ରାହୁଲ କହିଥିଲେ ଯେ ବୀର ସାବରକର (ବିନାୟକ ଦାମୋଦର ସାବରକର) ବ୍ରିଟିସ ସରକାରଙ୍କ କର୍ମଚାରୀ ଅଟନ୍ତି।
    ବ୍ରିଟିସ ସରକାର ତାଙ୍କ ନିମନ୍ତେ ବୃତ୍ତି ଖଞ୍ଜିଥିଲେ। ଏନେଇ କେତେକ ମିଥ୍ୟା ତଥ୍ୟ ସମ୍ବଳିତ ଚିରୁକୁଟି ବାଣ୍ଟିଥିଲେ। ଏନେଇ ଆଇନଜୀବୀ ନୃପେନ୍ଦ୍ର ପାଣ୍ଡେ ଅଭିଯୋଗ ଦାଏର କରିଥିଲେ। ଘୃଣା ସୃଷ୍ଟି କରିବା, ସମାଜରେ ଏକ ବର୍ଗ ପ୍ରତି ହିଂସା ପାଇଁ ପ୍ରୋତ୍ସାହିତ କରିବା ଆଦି ଅଭିଯୋଗରେ ଧାରା ୧୫୩କ, ୫୦୫ ଅନୁସାରେ ମାମଲା ରୁଜୁ ହୋଇଥିଲା। ଏହି ମାମଲାରେ ଜାନୁଆରି ୧୦ ତାରିଖରେ କୋର୍ଟରେ ହାଜର ହେବା ନିମନ୍ତେ ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ୍‌-୩ କୋର୍ଟରୁ ସମନ ଜାରି କରାଯାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    21.4 ° C
    21.4 °
    21.4 °
    96 %
    1kmh
    49 %
    Thu
    29 °
    Fri
    29 °
    Sat
    30 °
    Sun
    31 °
    Mon
    29 °

    ସମ୍ବନ୍ଧିତ