Wednesday, September 23, 2026
24.1 C
Odisha

    ଗୁଗୁଲ ପ୍ଲେ ଷ୍ଟେରରୁ ଭାରତୀୟ ଆପ୍ ହଟାଯିବାକୁ ନେଇ କଠୋର ହେଲେ ଭାରତ ସରକାର

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ଅନେକ ଭାରତୀୟ ଆପ୍ ବିରୋଧରେ ଗୁଗୁଲ ବଡ଼ କାର୍ଯ୍ୟାନୁଷ୍ଠାନ ନେଇଛି। କମ୍ପାନୀ ଗୁଗୁଲ ପ୍ଲେ ଷ୍ଟୋରରୁ ପ୍ରାୟ ୧୦ଟି ଆପକୁ ହଟାଇ ଦେଇଛି । ବିଲ୍ ପେମେଣ୍ଟ ବିବାଦକୁ ନେଇ ଗୁଗୁଲ ପକ୍ଷରୁ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଗୁଗୁଲ୍ ଅନୁଯାୟୀ, ବିଲିଂ ପଲିସି ଅନୁସରଣ କରୁନଥିବା ଆପ୍ ଡେଭଲପର୍ସଙ୍କ ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଆପ୍କୁ ନେଇ ଗୁଗଲ୍ ର ଏହି ପଦକ୍ଷେପ ପରେ ଏବେ ଭାରତ ସରକାର ମଧ୍ୟ କଠୋର ହୋଇଛନ୍ତି। ହଟାଯାଇଥିବା ଲୋକପ୍ରିୟ ଆପ ମଧ୍ୟରେ ଅଛନ୍ତି ନୌକରି ଡଟକମ, ସାଦିଡଟକମ, ଇଣ୍ଡିଆନମାଟ୍ରମୋନି, ଅଲ୍ଟବାଲାଜି,୯୯ଏକର୍ସ, କୁକୁଏଫଏମ, ଷ୍ଟେଜ୍ ।
    ଗୁଗଲ ପ୍ଲେ ଷ୍ଟୋରରୁ ଆପକୁ ହଟାଇବା ନେଇ ଭାରତ ସରକାର କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି । ଏବେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏହି ମାମଲାରେ ଏକ ବଡ଼ କଥା କହିଛନ୍ତି। ସେ କହିଛନ୍ତି ଯେ କୌଣସି ପ୍ରକାରେ ଗୁଗୁଲକୁ ଏହି ଆପକୁ ହଟାଇବାକୁ ଅନୁମତି ଦିଆଯିବ ନାହିଁ । ବିଲ୍ ପୈଠ ବିବାଦର ସମାଧାନ ପାଇଁ ସରକାର ଆସନ୍ତା ସପ୍ତାହରେ ଏକ ବୈଠକ ଡାକିଛନ୍ତି। ଏହି ବୈଠକରେ ଗୁଗୁଲ, ଗୁଗୁଲ ପ୍ଲେ ଷ୍ଟୋର ଏବଂ ଆପ୍ ଡେଭଲପର୍ ଙ୍କ ସହ ସରକାରୀ ଲୋକମାନେ ଯୋଗଦେବେ।

    ଗୁଗୁଲ୍ ତରଫରୁ କୁହାଯାଇଛି ଯେ ୨ ଲକ୍ଷରୁ ଅଧିକ ଭାରତୀୟ ଆପ୍ ଡେଭଲପର୍ ଗୁଗୁଲ୍ ପ୍ଲେ ଷ୍ଟୋର୍ ବ୍ୟବହାର କରୁଛନ୍ତି। କଂପାନି ର କହିବା ଅନୁଯାୟୀ, ସମସ୍ତ ଡେଭଲପର୍ସଙ୍କ ପାଇଁ ଗୋଟିଏ ପଲିସି ରହିଛି, ସେ ବଡ଼ ଡେଭଲପର ହୁଅନ୍ତୁ କିମ୍ବା ଛୋଟ ଆପ୍ ଡେଭଲପର୍ । କିନ୍ତୁ କିଛି ଆପ୍ ଡେଭେଲପର ଅଛନ୍ତି ଯେଉଁମାନେ ବିଲିଂ ପଲିସି ଗ୍ରହଣ କରିବାକୁ ପ୍ରସ୍ତୁତ ନୁହଁନ୍ତି। ତାଙ୍କୁ ଅନେକ ଥର ଚେତାବନୀ ଦିଆଯାଇଥିଲେ ମଧ୍ୟ ସେ ଶୁଣିନଥିଲେ। ଏହାପରେ ଆପ୍ଗୁଡ଼ିକୁ ହଟାଇବାକୁ ନିଷ୍ପତ୍ତି ନିଆଯାଇଥିଲା।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    24.1 ° C
    24.1 °
    24.1 °
    96 %
    4.2kmh
    100 %
    Wed
    24 °
    Thu
    25 °
    Fri
    28 °
    Sat
    28 °
    Sun
    23 °

    ସମ୍ବନ୍ଧିତ