Thursday, September 24, 2026
24 C
Odisha

    ଇଓଏସ-୦୮ ଉପଗ୍ରହ ଉତ୍‌କ୍ଷେପଣ କଲା ଇସ୍ରୋ: ବିପର୍ଯ୍ୟୟ ସମ୍ପର୍କରେ ସତର୍କ ସୂଚନା ଦେବ

    ଆଗକୁ ପଢନ୍ତୁ

    ଶ୍ରୀହରିକୋଟା: ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ) ଅଗଷ୍ଟ ୧୬ ଶୁକ୍ରବାର ଆର୍ଥ ଅବଜରଭେସନ୍ସା ଟେଲାଇଟ୍-୮(ଇଓଏସ-୦୮) ଉତ୍‌କ୍ଷେପଣ କରିଛି। ପୂର୍ବାହ୍ନ ୯ଟା ୧୭ରେ ଏହି ଉପଗ୍ରହଏସଏସଏଲଭି-ଡି୩ ଲଞ୍ଚ ଯାନ ସାହାଯ୍ୟରେ ଶ୍ରୀହରିକୋଟାସ୍ଥିତ ସତୀଶ ଧାୱନ ସ୍ପେସ୍ ସେଣ୍ଟରରୁ ଉତ୍‌କ୍ଷେପଣ କରାଯାଇଛି। ଏହି ଉପଗ୍ରହ ପୃଥିବୀର କକ୍ଷପଥଠାରୁ ପ୍ରାୟ ୪୭୫ କିଲୋମିଟର ଦୂରରେ ସ୍ଥାପିତ ହେବ। ଏହା ଏକ ବର୍ଷ ପାଇଁ କାମ କରିବ। ଇଓଏସ-୦୮ ଉପଗ୍ରହ ଉତ୍‌କ୍ଷେପଣର ଉଦ୍ଦେଶ୍ୟ ହେଉଛି ଏହା ପରିବେଶ ଏବଂ ବିପର୍ଯ୍ୟୟ ବିଷୟରେ ସଠିକ୍ ସୂଚନା ପ୍ରଦାନ କରିବ।

    ଇଓଏସ-୦୮ ଉପଗ୍ରହରେ ତିନୋଟି ପେଲୋଡ୍ ଅଛି। ଏଥିରେ ଇଲେକ୍ଟ୍ରୋ ଅପ୍ଟିକାଲ୍ ଇନଫ୍ରାଡ୍ ପେଲୋଡ୍ (ଇଓଆଇଆର), ଗ୍ଲୋବାଲ୍ ନେଭିଗେସନ୍ ସାଟେଲାଇଟ୍ ସିଷ୍ଟମ୍-ରିଫ୍ଲେକ୍ଟୋମେଟ୍ରି ପେଲୋଡ୍ (ଜିଏନଏସଏସ-ଆର) ଏବଂ ଏସଆଇସି-ୟୁଭି ଡୋସିମିଟର ଅନ୍ତର୍ଭୁକ୍ତ। ବିପର୍ଯ୍ୟୟ ମନିଟରିଂ, ପରିବେଶ ମନିଟରିଂ ଇତ୍ୟାଦି କାର୍ଯ୍ୟଗୁଡ଼ିକ ପାଇଁ ପ୍ରତିଛବି କ୍ୟାପଚର କରିବାକୁ ଇଓଆଇଆର ପେଲୋଡ୍ ଡିଜାଇନ୍ କରାଯାଇଛି। ଏହି ପେଲୋଡ୍ ଦିନ ଏବଂ ରାତିରେ ଚିତ୍ର ସହଜରେ କ୍ୟାପଚର କରିପାରିବ। ସମୁଦ୍ର ପୃଷ୍ଠରେ ପବନକୁ ବିଶ୍ଳେଷଣ କରିବା, ମୃତ୍ତିକାର ଆର୍ଦ୍ରତାକୁ ଆକଳନ କରିବା, ବନ୍ୟା ଚିହ୍ନଟ କରିବା ପାଇଁ ରିମୋଟ ସେନ୍ସିଙ୍ଗ କ୍ଷମତା ପାଇଁ ଜିଏନଏସଏସ-ଆର ବ୍ୟବହୃତ ହେବ। ଏସଆଇସି ୟୁଭି ଡୋସିମିଟର ଗଗନୟାନ ମିଶନ୍ ପାଇଁ ଅତିବାଇଗଣି ରଶ୍ମୀ ଉପରେ ନଜର ରଖିବ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    moderate rain
    24 ° C
    24 °
    24 °
    99 %
    2.5kmh
    100 %
    Wed
    24 °
    Thu
    24 °
    Fri
    28 °
    Sat
    29 °
    Sun
    26 °

    ସମ୍ବନ୍ଧିତ