Monday, October 5, 2026
21.7 C
Odisha

    ଜାମିନ ମିଳିବା ପରେ ଠକେଇ ମାମଲାରେ ଫସିଥିବା ରଜନୀକାନ୍ତଙ୍କ ସ୍ତ୍ରୀ ମୁହଁ ଖୋଲିଲେ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ତାମିଲ ସୁପରଷ୍ଟାର ରାଜନୀକାନ୍ତ ନିଜ ସିନେମାକୁ ନେଇ ପ୍ରାୟତଃ ଚର୍ଚ୍ଚାରେ ଥାଆନ୍ତି। ଏଇ କିଛିଦିନ ହେବ ହେବ ଅଭିନେତା ନିଜ ସ୍ତ୍ରୀ ଲତା ରଜନୀକାନ୍ତଙ୍କୁ ନେଇ ଲାଇମଲାଇଟକୁ ଆସିଛନ୍ତି। ରାଜୀନକାନ୍ତଙ୍କ ସ୍ତ୍ରୀଙ୍କୁ  ଏକ ଠକେଇ ମାମଲାରେ ବେଙ୍ଗାଲୁରୁ ‌କୋର୍ଟ ଜାମିନ ପ୍ରଦାନ କରିଛନ୍ତି। ତେବେ ଲତାଙ୍କ ବିରୋଧ ହୋଇଥିବା ସମସ୍ତ ଅଭିଯୋଗକୁ ରାଜନୀକାନ୍ତଙ୍କ ସ୍ତ୍ରୀ ଖଣ୍ଡନ କରି କହିଛନ୍ତି, ‘ସେଲିବ୍ରିଟି ହେଲେ ଏମିତି ସବୁ ଅସୁବିଧାର ସାମ୍ନା କରିବାକୁ ହୁଏ। ସେଲିବ୍ରିଟିଙ୍କ ସହିତ କେବେ କିଛି ଯଦି ଛୋଟ ଘଟଣା ଘଟେ ତାହାକୁ ଏତେ ବଡ଼ ମାତ୍ରାରେ ଦେଖାଯାଇଥାଏ କି ଯେମିତି କ’ଣ ଗୋଟେ ବଡ଼ ଅପରାଧ ହୋଇଯାଇଛି। ମୋର ଆପଣମାନଙ୍କୁ ଅନୁରୋଧ ଏପରି କରନ୍ତୁ ନାହିଁ। କଥାକୁ ଅଯଥାରେ ବଢ଼ାଇ ଚଢ଼ାଇ କହିଲେ ଜଣଙ୍କ ସମାଜରେ ଛବି ଖରାପ ହେଉଛି। ମୋର ବି ହୋଇଛି। ସେ ଯାହାବି ହେଉ ମୋତେ ଜାମିନ ମିଳିଯାଇଛି।

    ଚେନ୍ନାଇସ୍ଥିତ ଆଡ ବ୍ୟୁରୋ ଆଡଭାଟାଇଜିଂ ପ୍ରାଇଭେଟ ଲିମି‌ଟେଡ ୨୦୧୪ ତାମିଲ ସିନେମା ‘କୋଚାଦାଇୟା’କୁ ନେଇ ଲତା ରଜନୀକାନ୍ତଙ୍କ ବିରୋଧରେ ଠକେଇ ମାମଲା ରୁଜୁ କରିଥିଲେ। ଅଭିଯୋଗକାରୀ ଦାବି କରି କହିଥିଲେ କି, ‘ସିନେମା ନିର୍ମାତାଙ୍କ ମଧ୍ୟରୁ ମିଡିଆ ୱାନକୁ ସେ ୧୦କୋଟି ଟଙ୍କାର ଋଣ ଦେଇଥିଲେ।  ଏଥିରେ ଲତା ରାଜନୀକାନ୍ତ ଗେରେଣ୍ଟର ଭାବେ ଦସ୍ତଖତ କରିଥିଲେ। ଏହି ଘଟଣାକୁ ନେଇ ଲତା କହି୍‌ଥିଲେ, ‘ଯେଉଁ ଟଙ୍କା ଠକେଇ କଥା ଉଠୁଛି, ସେଥିରେ ମୋର କିଛି ନେଣଦେଣ ନାହିଁ। ଯାହାବି ଟଙ୍କା ନିଆଁ ଯାଇଥିଲା ସବୁ ଟଙ୍କା ପୈଠ ହୋଇସାରିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    21.7 ° C
    21.7 °
    21.7 °
    75 %
    1.2kmh
    0 %
    Mon
    31 °
    Tue
    31 °
    Wed
    31 °
    Thu
    29 °
    Fri
    31 °

    ସମ୍ବନ୍ଧିତ