Saturday, October 10, 2026
27.9 C
Odisha

    ପ୍ରଭୁ ରାମ ଥିଲେ ବହୁଜନଙ୍କର ରାଜା ଓ ଆମିଷାଶୀ: ‘ଏନ୍‌ସିପି’ ବିଧାୟକ ଜିତେନ୍ଦ୍ର ଅହ୍ବାଡ଼

    ଆଗକୁ ପଢନ୍ତୁ

    ମୁମ୍ବାଇ: ନିରାମିଷାଶୀ ହୋଇ ୧୪ ବର୍ଷ ବନସ୍ତରେ ରହିବା ସମ୍ଭବ ନ ଥିବାରୁ ପ୍ରଭୁ ରାମଚନ୍ଦ୍ର କଦାପି ନିରାମିଷାଶୀ ନ ଥିଲେ ବୋଲି ମହାରାଷ୍ଟ୍ରର ‘ଏନ୍‌ସିପି’ (ଶରଦ ପାୱାର୍‌ ଗୋଷ୍ଠୀ) ନେତା ଜିତେନ୍ଦ୍ର ଅହ୍ବାଡ଼ ଦେଇଥିବା ମନ୍ତବ୍ୟ ସମ୍ପ୍ରତି ବିବାଦୀୟ ହୋଇପଡ଼ିଛି।ଜାନୁଆରି ୨୨ ତାରିଖ ଦିନ ଅଯୋଧ୍ୟାରେ ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା କରାଯିବ। ତେଣୁ, ସେ ଦିନକୁ ନିରାମିଷ ଦିନ ଭାବେ ଘୋଷଣା କରି ମହାରାଷ୍ଟ୍ରରେ ସମସ୍ତ ନିରାମିଷ ଖାଦ୍ୟ ନିଷିଦ୍ଧ କରାଯାଉ ବୋଲି ରାଜ୍ୟ ‘ବିଜେପି’ ଦାବି କରିଥିବା ବ‌େଳେ ଅହ୍ବାଡ଼ ଉପରୋକ୍ତ ମନ୍ତବ୍ୟ ଦେଇଛନ୍ତି।

    ‘ନ୍ୟାସ୍‌ନାଲିଷ୍ଟ୍‌ କଂଗ୍ରେସ ପାର୍ଟିର ବିଧାୟକ ଅହ୍ବାଡ଼ କହିଛନ୍ତି ଯେ, ରାମ ଥିଲେ ବହୁଜନ (ଓବିସି), ଆମିଷାଶୀ ଓ ଶିକାରୀ। ତାଙ୍କ ଭାଷାରେ, ଆମେ ଇତିହାସ ନ ପଢ଼ି ରାଜନୀତିରେ ସବୁ କଥା ଭୁଲି ଯାଉଛୁ। ରାମ ଆମର। ଆମ ବହୁଜନମାନଙ୍କର। ଖାଦ୍ୟ ପାଇଁ ସେ ଶିକାର କରୁଥିଲେ। ରାମ କେବେ ହେଲେ ନିରାମିଷାଶୀ ନ ଥିଲେ। ସେ ଥିଲେ ଆମିଷାଶୀ। ନିରାମିଷାଶୀ ହୋଇ ଜଣେ ଲୋକ କେମିତି ୧୪ ବର୍ଷ କାଳ ବନସ୍ତରେ ରହିପାରିବ?ଏ ସଂକ୍ରାନ୍ତରେ ପ୍ରତିକ୍ରିୟା ବ୍ୟକ୍ତ କରି ଆଜି ‘ବିଜେପି’ ବିଧାୟକ ରାମ କଦମ କହିଛନ୍ତି, ଯଦି ବାଲାସାହେବ ବଞ୍ଚି ଥାଆନ୍ତେ, ଶିବସେନାର ‘ସାମ୍‌ନା’ ସମ୍ବାଦପତ୍ର ‘ରାମ ଆମିଷାଶୀ’ ଟିପ୍ପଣୀକୁ ସମାଲୋଚନା କରି ଥାଆନ୍ତା। କିନ୍ତୁ, ଆଜିର ବାସ୍ତବତା ହେଉଛି, କେହି ହିନ୍ଦୁମାନଙ୍କୁ ବିଦ୍ରୂପ କଲେ ସେମାନେ (ଉଦ୍ଧବ ସେନା) ପରବାୟ କରୁନାହାନ୍ତି। ସେମାନେ ଭିନ୍ନ, ବରଫ ପରି ଶୀତଳ। କିନ୍ତୁ, ନିର୍ବାଚନ ଆସିଲେ ସେମାନେ ହିନ୍ଦୁତ୍ବ କଥା କହିବେ। ସୂଚନାଯୋଗ୍ୟ, ଜାନୁଆରି ୨୨ ତାରିଖକୁ ନିରାମିଷ ଦିବସ ଭାବେ ଘୋଷଣା କରାଯାଉ ବୋଲି ଦାବି କରି ବିଧାୟକ ରାମ କଦମ ହିଁ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କୁ ପତ୍ର ଲେଖିଥିଲେ। ମନ୍ତବ୍ୟ ପରବର୍ତ୍ତୀ ବିବାଦ ଉପରେ ଟିପ୍ପଣୀ ଦେଇ ବିଧାୟକ ଜିତେନ୍ଦ୍ର ଅହ୍ବାଡ଼ କହିଛନ୍ତି, ରାମ କ’ଣ ଖାଉଥିଲେ ସେ କଥା ପାଇଁ କାହିଁକି ବିବାଦ ହେଉଛି? ଯଦି ଜଣେ କହିବ ଯେ, ରାମ ମେଥିଶାଗ ଭଜା ଖାଉଥିଲେ। ସେ ସମୟରେ ଚାଉଳ ନ ଥିଲା। ପ୍ରଭୁ ରାମ ଥିଲେ କ୍ଷତ୍ରୀୟ ଓ କ୍ଷତ୍ରୀୟମାନେ ଆମିଷାଶୀ। ମୁଁ ଯାହା କହିଛି ସେଥିରେ ସମ୍ପୂର୍ଣ୍ଣ ଅଟଳ ରହିଛି। ଭାରତର ୮୦% ଜନତା ଆମିଷାଶୀ, ଅଥଚ ସେମାନେ ପ୍ରଭୁ ରାମଙ୍କ ଭକ୍ତ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    27.9 ° C
    27.9 °
    27.9 °
    72 %
    1.6kmh
    0 %
    Sat
    25 °
    Sun
    30 °
    Mon
    30 °
    Tue
    30 °
    Wed
    30 °

    ସମ୍ବନ୍ଧିତ