Saturday, July 27, 2024
24.6 C
Odisha

    କଂଗ୍ରେସକୁ ଫେରିବେ ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧାରୀ ଗମାଙ୍ଗଙ୍କ ସ୍ତ୍ରୀ

    ଆଗକୁ ପଢନ୍ତୁ

    କଂଗ୍ରେସକୁ ଫେରିବେ ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧାରୀ ଗମାଙ୍ଗଙ୍କ ସ୍ତ୍ରୀ । ଆସନ୍ତା ୭ ତାରିଖରେ ହେମା ଗମାଙ୍ଗଙ୍କ ଘର ବାହୁଡା । କଂଗ୍ରେସ ଛାଡି ବିଜେଡିରେ ମିଶିଥିବା ପୂର୍ବତନ ସାଂସଦ ପୁଣି କଂଗ୍ରେସକୁ ଫେରିବେ । ଏଥିପାଇଁ ସେ ରାସ୍ତା ପ୍ରସ୍ତୁତ କରିସାରିଛନ୍ତି । ଦିଲ୍ଲୀରୁ ଏଆଇସିସିରୁ ସବୁଜ ସଂକେତ ମିଳି ସାରିଛି, ହେମା ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ସହ ମଧ୍ୟ ଆଲୋଚନା କରି ସାରିଛନ୍ତି । ଆସନ୍ତା ୭ ତାରିଖରେ କଂଗ୍ରେସ ଭବନରେ ନୂଆ ପ୍ରଭାବୀ ଅଜୟ କୁମାରଙ୍କ ଉପସ୍ଥିତିରେ ହାତ ଧରିବେ । ହେଲା ୨୦୧୪ରେ ବିଜେଡିରେ ମିଶିଥିଲେ, ଯାହା ତାଙ୍କର ବଡ ଭୁଲ ବୋଲି ସେ କହିଛନ୍ତି ।ପୂର୍ବରୁ କଂଗ୍ରେସ ଟିକେଟରୁ ୨୦୦୦ରୁ ୨୦୦୪ ଯାଏଁ କୋରାପୁଟ ସାଂସଦ, ୨୦୦୪ରୁ ୨୦୦୯ ଗୁଣୁପୁର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ପ୍ରଥମେ ମା’, ପରେ କଂଗ୍ରେସ ଶିବିରକୁ ଫେରିବେ ପୁଅ । ୭ ତାରିଖରେ ହେମା ଗମାଙ୍ଗ କଂଗ୍ରସରେ ମିିଶିବା ପରେ ପୁଅ ଶିଶିର ଗମାଙ୍ଗ ମଧ୍ୟ କଂଗ୍ରେସକୁ ଫେରିବେ । ଏଥିପାଇଁ ସେ ଦିଲ୍ଲୀ ଯାଇ ନେତାଙ୍କୁ ଭେଟିଛନ୍ତି । ଶିଶିର ଗମାଙ୍ଗ କହିଛନ୍ତି, ରାଜ୍ୟରେ ବିଜେଡି ଓ ବିଜେପି ପାରିବାରିକ ପ୍ରତିଯୋଗୀତା କରୁଥିବା ବେଳେ ଆଗକୁ ରାଜ୍ୟରେ କଂଗ୍ରେସ ହିଁ ଏକମାତ୍ର ବିରୋଧୀ ଦଳର ବିକଳ୍ପ ବୋଲି ଶିଶିର କହିଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.6 ° C
    24.6 °
    24.6 °
    94 %
    4.3kmh
    100 %
    Sat
    25 °
    Sun
    29 °
    Mon
    30 °
    Tue
    30 °
    Wed
    28 °

    ସମ୍ବନ୍ଧିତ