Monday, May 13, 2024
36.9 C
Odisha

    ନେପାଳୀମାନେ କାମ ପାଇଁ ରୁଷ-ୟୁକ୍ରେନ ଯାଇପାରିବେ ନାହିଁ : ନେପାଳ ସରକାରଙ୍କ ନୂଆ ନିୟମ

    ଆଗକୁ ପଢନ୍ତୁ

    ନେପାଳ ନିଜ ଲୋକଙ୍କୁ କାମ ପାଇଁ ରୁଷ ଏବଂ ୟୁକ୍ରେନ ନ ଯିବାକୁ କହିଛି । ଏହା ପଛରେ ସେଠାରେ ଚାଲିଥିବା ଯୁଦ୍ଧ ଏକମାତ୍ର କାରଣ ନୁହେଁ ବୋଲି ସରକାର କହିଛନ୍ତି ବରଂ ଏହାର ଅନ୍ୟାନ୍ୟ କାରଣ ଅଛି । ରୁଷ ଏବଂ ୟୁକ୍ରେନ ପକ୍ଷରୁ ନେପାଳର ଲୋକମାନେ ଯୁଦ୍ଧ କରୁଥିବା ଖବର ରହିଛି ଏବଂ ନେପାଳ ସରକାର ଏହାକୁ ନେଇ ପୂର୍ବରୁ ଚିନ୍ତିତ ଅଛନ୍ତି ।ନେପାଳ ସରକାର ନିଜ ଲୋକଙ୍କୁ କାମ ପାଇଁ ୟୁକ୍ରେନ ଏବଂ ରୁଷିଆ ଯିବାକୁ ବାରଣ କରିଛନ୍ତି । ଏହାର କାରଣ ନେପାଳ ସରକାର ଦର୍ଶାଇଛନ୍ତି ଯେ କାମ କରିବାକୁ ଯାଉଥିବା ଅନେକ ଲୋକଙ୍କୁ ଅଧିକ ଅର୍ଥ ଲୋଭ ଦେଖାଇ ରୁଷ ସରକାର ସେନାରେ ନିଯୁକ୍ତ କରି ଦେଉଛନ୍ତି । ତା’ପରେ ସେମାନଙ୍କୁ ସମ୍ମୁଖ ଯୁଦ୍ଧ କ୍ଷେତ୍ରକୁ ପଠାଇ ଦେଉଛନ୍ତି । ନେପାଳୀ ସରକାରଙ୍କର ଏପରି ସୂଚନା ଅଛି ଯେଉଁଠାରେ ନେପାଳୀ ମୂଳର ଅନେକ ଲୋକ ରୁଷ ସେନା ପକ୍ଷରୁ ଯୁଦ୍ଧ ଲଢିଲା ବେଳେ ମୃତ୍ୟୁ ବରଣ କରିଛନ୍ତି । ଏହା ଉପରେ ଅଧିକ ସଠିକ ତଥ୍ୟ ସଂଗ୍ରହ କରିବା ଲକ୍ଷ୍ୟରେ ନେପାଳ ସରକାର ଏକ ଅନୁସନ୍ଧାନ କରୁଛନ୍ତି ।ସୂତ୍ରରୁ ପ୍ରକାଶ ଯେ ପ୍ରାୟ ଚାରି ଜଣ ନେପାଳୀ ଲୋକ ୟୁକ୍ରେନ ସୈନ୍ୟବାହିନୀ ଦ୍ୱାରା ଧରାପଡିଛନ୍ତି । ଯୁଦ୍ଧରେ ଅତି କମରେ ୧୦ ଜଣ ନେପାଳୀ ଲୋକଙ୍କର ମୃତ୍ୟୁ ହୋଇଥିବା ଖବର ରହିଛି । ପ୍ରତିବର୍ଷ ହଜାର ହଜାର ଲୋକ ନେପାଳରୁ କାମ ପାଇଁ ବାହାରକୁ ଯାଇଥାନ୍ତି । ଏଣିକି ଏହି ସମସ୍ତ ଲୋକଙ୍କୁ ଏଥିପାଇଁ ନେପାଳ ସରକାରଙ୍କଠାରୁ ଅନୁମତି ନେବାକୁ ପଡିବ । ନୂତନ ଆଦେଶ ପରେ ନେପାଳୀ ଲୋକମାନେ ରୁଷ ଏବଂ ୟୁକ୍ରେନକୁ କାମ ପାଇଁ ଯାଇପାରିବେ ନାହିଁ । ଏଥିପାଇଁ ସରକାର ସେମାନଙ୍କୁ ଆବଶ୍ୟକ ଅନୁମତି ଦେବେ ନାହିଁ ।

    ନେପାଳୀ ଲୋକମାନେ ମଧ୍ୟ ୟୁକ୍ରେନ ତରଫରୁ ଯୁଦ୍ଧ ଲଢୁଛନ୍ତି କି ?

    ତେବେ ଅଧିକାଂଶ ଖବର ହେଉଛି ନେପାଳର ଲୋକମାନେ ରୁଷ ପକ୍ଷରୁ ଯୁଦ୍ଧ ଲଢୁଛନ୍ତି କିନ୍ତୁ କିଛି ଗଣମାଧ୍ୟମ ରିପୋର୍ଟରେ କୁହାଯାଇଛି ଯେ କିଛି ନେପାଳୀ ମଧ୍ୟ ୟୁକ୍ରେନ ତରଫରୁ ଲଢୁଛନ୍ତି । ତଥାପି, ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଲୋକମାନଙ୍କର ପ୍ରକୃତ ସଂଖ୍ୟା, ସେମାନେ କିପରି ୟୁକ୍ରେନ ସେନା ସହିତ ଯୋଗାଯୋଗ କରିଥିଲେ, ସେମାନଙ୍କର ବର୍ତ୍ତମାନର ଅବସ୍ଥା, ସେମାନେ ଜୀବିତ ଅଛନ୍ତି କି ହତ୍ୟା କରାଯାଇଛି, ତାହା ସଂପୂର୍ଣ୍ଣ ଭାବେ ଜଣା ନାହିଁ । ନେପାଳ ସରକାରଙ୍କ ଅନୁସାରେ ଏ ବାବଦରେ ରୁଷ ଏବଂ ୟୁକ୍ରେନ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ପ୍ରତିକ୍ରିୟା ମିଳିନାହିଁ । ସାଧାରଣତ ଯୁଦ୍ଧ ହେଲେ କୌଣସି ଦେଶକୁ ନ ଯିବାକୁ ପରାମର୍ଶ ଦିଆଯାଇଛି, କିନ୍ତୁ ଏଠାରେ କଥାଟି ଟିକେ ଅଲଗା ଅଟେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    36.9 ° C
    36.9 °
    36.9 °
    27 %
    1.1kmh
    30 %
    Mon
    33 °
    Tue
    39 °
    Wed
    41 °
    Thu
    41 °
    Fri
    43 °

    ସମ୍ବନ୍ଧିତ