Saturday, March 14, 2026
38.2 C
Odisha

    ରାମଲାଲାଙ୍କ ଭାଇରାଲ ଫଟୋକୁ ନେଇ ପ୍ରଶ୍ନ ଉଠାଇଲେ ମନ୍ଦିର ଟ୍ରଷ୍ଟ ମୁଖ୍ୟ ପୂଜକ

    ଆଗକୁ ପଢନ୍ତୁ

    ଶ୍ରୀରାମଲାଲାଙ୍କ ଫଟୋକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ରାମମନ୍ଦିର ଟ୍ରଷ୍ଟ ମୁଖ୍ୟ ପୂଜକ । ପଣ୍ଡିତ ସତ୍ୟେନ୍ଦ୍ର ଦାସ ଅଭିଯୋଗ କରି କହିଛନ୍ତି, ପ୍ରାଣ ପ୍ରତିଷ୍ଠା ପୂର୍ବରୁ ଶ୍ରୀରାମଙ୍କ ଫଟୋ ସାର୍ବଜନୀନ ହେବା ଉଚିତ୍ ନୁହେଁ । ଯେଉଁ ଫଟୋଟି ଭାଇରାଲ ହେଉଛି ତାହା ରାମଲାଲାଙ୍କ ହୋଇ ନଥିବ । ଯଦି ଭାଇରାଲ ଫଟୋଟି ରାମଲାଲାଙ୍କର ତାହାଲେ କିଏ ଓ କେମିତି ଫଟୋ ଭାଇରାଲ କଲା ଏହାର ତଦନ୍ତ ହେବା ଜରୁରୀ । ବିଧି ଅନୁସାରେ ପ୍ରାଣପ୍ରତିଷ୍ଠା ପୂର୍ବରୁ କୌଣସି ପ୍ରତିମାଙ୍କ ମୁଖରୁ ପଟ୍ଟି ଉଠାଯାଏ ନାହିଁ । ଗର୍ଭଗୃହରେ ମଧ୍ୟ ଶ୍ରୀରାମଙ୍କ ମୁଖରେ ପଟ୍ଟି ରହିଛି । ଭାଇରାଲ ହେଉଥିବା ଫଟୋ ପୂର୍ବରୁ ନିଆଯାଇଛି ନଚେତ୍, ଶ୍ରୀରାମଲାଲାଙ୍କ ପ୍ରକୃତ ଫଟୋ ନୁହେଁ ବୋଲି କହିଛନ୍ତି ରାମମନ୍ଦିର ଟ୍ରଷ୍ଟ ମୁଖ୍ୟ ପୂଜକ ସତୈନ୍ଦ୍ର ଦାସ । ଗତକାଲି ଠାରୁ ଶ୍ରୀରାମଲାଲାଙ୍କ ଅନେକ ଫଟୋ ସାମ୍ନାକୁ ଆସୁଛି । କିଛି ଫଟୋରେ ରାମଲାଲାଙ୍କ ମୁଖରେ ପଟ୍ଟି ପଡିଥିବାବେଳେ ଆଉ ଏକ ଫଟୋରେ ସମ୍ପୂର୍ଣ୍ଣ ଭଗବାନଙ୍କ ବାଳ ସ୍ୱରୂପକୁ ଦେଖି ହେଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    38.2 ° C
    38.2 °
    38.2 °
    8 %
    3.6kmh
    0 %
    Sat
    39 °
    Sun
    38 °
    Mon
    38 °
    Tue
    38 °
    Wed
    38 °

    ସମ୍ବନ୍ଧିତ