Thursday, March 6, 2025
31.3 C
Odisha

    ଲଜ୍ଜ୍ୟା: ଘର ଛାଡ଼ି ଦେବାକୁ କହି ଦୁଷ୍କର୍ମ କଲା ଡ୍ରାଇଭର

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ଫତେପୁରରେ ଏକ ଅଷ୍ଟମ ଶ୍ରେଣୀର ଝିଅ ସ୍କୁଲରୁ ଘରକୁ ଫେରୁଥିବା ବେଳେ ଇ- ରିକ୍ସା ଡ୍ରାଇଭର ଦ୍ବାରା ଦୁଷ୍କର୍ମର ଶିକାର ହୋଇଛି । ଦୁଷ୍କର୍ମ ପରେ ଅଭିଯୁକ୍ତ ଜଣକ ଝିଅଟିକୁ ଛାଡି ପଳାଇଯାଇଥିଲା । ଯେତବେଳେ ଝିଅଟି ଦୀର୍ଘ ସମୟ ଯାଏଁ ଘରକୁ ଫେରି ନଥିଲା ,ପରିବାର ଲୋକେ ବ୍ୟସ୍ତ ହୋଇ ଖୋଜା ଖୋଜି ଆରମ୍ଭ କରିଥିଲେ । ପରେ ଏକ ଚାଷ ଜମିରେ ଝିଅଟି ଚେତାଶୂନ୍ୟ ହୋଇ ପଡିଥିବାର ପରିବାର ଲୋକେ ଦେଖିବାକୁ ପାଇଥିଲେ । ଏହାପରେ ପରିବାର ସଦସ୍ୟ ଝିଅକୁ ଚିକିତ୍ସା ପାଇଁ ନିକଟସ୍ଥ ଡାକ୍ତରଖାନାରେ ଭର୍ତି କରି ପୋଲିସ୍ କୁ ଖବର ଦେଇଥିଲେ । ବର୍ତ୍ତମାନ ପରିବାର ସଦସ୍ୟଙ୍କ ଅଭିଯୋଗ ଆଧାରରେ ପୋଲିସ୍ ସମ୍ପୃକ୍ତ ଇ- ରିକ୍ସା ଡ୍ରାଇଭର ନାଁରେ ମାମଲା ରୁଜୁ କରିଛି ଏବଂ ଅଭିଯୁକ୍ତ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଦେଇଛି ।
    ଗତ ଶନିବାର ଦିନ , ପୀଡିତା ଝିଅଟି ସ୍କୁଲରୁ ଘରକୁ ଫେରୁଥିବା ବେଳେ ଅଭିଯୁକ୍ତ ଡ୍ରାଇଭର ଘରେ ଛାଡିବା ବାହାନାରେ ଝିଅଟିକୁ ଇ- ରିକ୍ସାରେ ବସେଇ ନେଇଥିଲା । ତାପରେ ଝିଅକୁ ଏକ ଶୂନ୍ ଶାନ୍ ଚାଷ ଜମିକୁ ନେଇ ଦୁଷ୍କର୍ମ କରିଥିଲା । ପରେ ସେ ପୀଡିତା କୁ ଚେତାଶୂନ୍ୟ ଅବସ୍ଥାରେ ଛାଡି ପଳାଇଯାଇଥିଲା।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    31.3 ° C
    31.3 °
    31.3 °
    6 %
    3.5kmh
    6 %
    Thu
    33 °
    Fri
    35 °
    Sat
    38 °
    Sun
    38 °
    Mon
    39 °

    ସମ୍ବନ୍ଧିତ