Wednesday, September 23, 2026
24.1 C
Odisha

    ପ୍ରଭୁ ରାମଙ୍କ ଶାସନ ଥିଲା ଆମ ସମ୍ବିଧାନ ନିର୍ମାତାଙ୍କ ପ୍ରେରଣାର ଉତ୍ସ: ପ୍ରଧାନମନ୍ତ୍ରୀ ମୋଦୀ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ପ୍ରଭୁ ରାମଙ୍କ ଶାସନ ଆମ ସମ୍ବିଧାନ ନିର୍ମାତାମାନଙ୍କ ପ୍ରେରଣାର ଉତ୍ସ ଥିଲା ବୋଲି ଆଜି ମାସିକ ବେତାର କାର୍ଯ୍ୟକ୍ରମ ‘ମନ୍‌ କୀ ବାତ୍‌’ର ୧୦୯ତମ ସଂସ୍କରଣରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମ‌ୋଦୀ କହିଛନ୍ତି। ପ୍ରଧାନମନ୍ତ୍ରୀ କହିଲେ, ଏଭଳି ତୀବ୍ର ମାନସମନ୍ଥନ ପରେ ଭାରତର ସମ୍ବିଧାନ ତା’ର ରୂପରେଖ ପାଇଲା, ଯାହାକୁ ଗୋଟାଏ ଜୀବନ୍ତ ଦଲିଲ କୁହାଯାଇ ପାରିବ। ସମ୍ବିଧାନର ତୃତୀୟ ଭାଗର ମୂଳ କପିରେ ଭାରତର ନାଗରିକମାନଙ୍କ ମୌଳିକ ଅଧିକାର ବିଷୟ ବର୍ଣ୍ଣନା କରାଯାଇଛି। ଉଲ୍ଲେଖଯୋଗ୍ୟ, ତୃତୀୟ ଭାଗର ପ୍ରାରମ୍ଭରେ ଭଗବାନ ରାମ, ମାତା ସୀତା ଓ ଲକ୍ଷ୍ମଣଙ୍କ ଚିତ୍ର ଲାଗି ସ୍ଥାନ ଛଡ଼ାଯାଇଥିଲା। ପ୍ରଭୁ ରାମଙ୍କ ଶାସନ ଥିଲା ଆମ ସମ୍ବିଧାନ ନିର୍ମାତାମାନଙ୍କ ଲାଗି ପ୍ରେରଣାର ଉତ୍ସ। ସେହି କାରଣରୁ ଜାନୁଆରି ୨୨ ତାରିଖ ଦିନ ମୁଁ ଅଯୋଧ୍ୟାରେ ‘ଦେବରୁ ଦେଶ’ ବୋଲି କହିବା ବେଳେ ‘ରାମରୁ ରାଷ୍ଟ୍ର’ କହିଥିଲି। ଅଯୋଧ୍ୟାରେ ପ୍ରାଣ ପ୍ରତିଷ୍ଠା ଅବସର ଦେଶର କୋଟି କୋଟି ଜନତାଙ୍କୁ ଗୋଟିଏ ସୂତ୍ରରେ ବାନ୍ଧିଥିବା ପରି ମନେହେଲା। ସମସ୍ତଙ୍କର ଅନୁଭବ ଥିଲା ଏକ, ସମସ୍ତର ଭକ୍ତି ଥିଲା ଏକ। ପ୍ରତ୍ୟେକଙ୍କ ତୁଣ୍ଡରେ ରାମ ନାମ, ପ୍ରତ୍ୟେକଙ୍କ ହୃଦୟରେ ବିରାଜମାନ କରିଥିଲେ ରାମ।

    ମକର ସଂକ୍ରାନ୍ତିରୁ ଜାନୁଆରି ୨୨ ତାରିଖ ପ୍ରର୍ଯ୍ୟନ୍ତ ପରିଚ୍ଛନ୍ନତା ଅଭିଯାନ ଚଳାଇବା ଲାଗି ମୁଁ ଜନସାଧାରଣଙ୍କୁ ଅନୁରୋଧ କରିଥିଲି। ଲକ୍ଷ ଲକ୍ଷ ଜନତା ଭକ୍ତି ଭାବନା ନେଇ ସେମାନଙ୍କ ଅଞ୍ଚଳରେ ଥିବା ଧର୍ମସ୍ଥଳ ସବୁ ପରିଚ୍ଛନ୍ନ କରିଥିବା ଜାଣି ଆନନ୍ଦ ହେଲି ବୋଲି ପ୍ରଧାନମନ୍ତ୍ରୀ କହିଲେ। ପ୍ରଧାନମନ୍ତ୍ରୀ ପୁଣି କହିଲେ, ଚଳିତ ବର୍ଷ ଜାନୁଆରି ୨୬ କାର୍ଯ୍ୟକ୍ରମ ଥିଲା ଚମକପ୍ରଦ, କିନ୍ତୁ ଆଲୋଚନାର ବିଷୟବସ୍ତୁ ଥିଲା ପରେଡ୍‌ର ନାରୀଶକ୍ତି। କର୍ତ୍ତବ୍ୟ ପଥରେ ସେଣ୍ଟ୍ରାଲ୍‌ ସିକ୍ୟୁରିଟି ଫୋର୍ସ ଓ ଦିଲ୍ଲୀ ପୁଲିସର ମହିଳା କଣ୍ଟିଜେଣ୍ଟ୍‌ ପରେଡ୍‌ ଆରମ୍ଭ କରିବା ଦେଖି ସଭିଏଁ ଗୌରବାନ୍ବିତ ‌ମନେ କରିଥିଲେ। ପରିବର୍ତ୍ତିତ ଭାରତରେ ଆମ ଝିଅ ଓ ମହିଳାମାନେ ପ୍ରତ୍ୟେକ କ୍ଷେତ୍ରରେ ଚମତ୍କାରିତା ଦେଖାଉଛନ୍ତି।

    ଛାତ୍ରଛାତ୍ରୀମାନଙ୍କ ସହିତ ଭାବ ବିନିମୟ କରିବା ଲାଗି ‘ପରୀକ୍ଷା ପେ ଚର୍ଚ୍ଚା’ର ୭ମ ସଂସ୍କରଣକୁ ଗୋଟାଏ ସୁଯୋଗ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ସେ କହିଛନ୍ତି, ଆଗାମୀକାଲି ପୂର୍ବାହ୍ନ ୧୧ଟା ବେଳେ ‘ପରୀକ୍ଷା ପେ ଚର୍ଚ୍ଚା’ କରିବା। ଏହା ହେବ ‘ପରୀକ୍ଷା ପେ ଚର୍ଚ୍ଚା’ର ୭ମ ସଂସ୍କରଣ। ଏହି ଗୋଟିଏ ମାତ୍ର କାର୍ଯ୍ୟକ୍ରମକୁ ମୁଁ ଅପେକ୍ଷା କରିଥାଏ। ଏହା ଛାତ୍ରଛାତ୍ରୀମାନଙ୍କ ସହିତ ଭାବବିନିମୟ କରିବାକୁ ସୁଯୋଗ ଦିଏ। ଏଥିରେ ମୁଁ ସମୋନଙ୍କର ପରୀକ୍ଷା ସମ୍ବନ୍ଧୀୟ ଚାପ ହ୍ରାସ କରିବାକୁ ଚେଷ୍ଟା କରିଥାଏ।

    ଛାତ୍ରଛାତ୍ରୀମାନଙ୍କୁ ପ୍ରେରଣା ଦେବା ଲାଗି ଅନେକ ଅଭିନବ ଉଦ୍ୟମ କରାଯାଇଛି ଓ ପରୀକ୍ଷା ସମ୍ବନ୍ଧୀୟ ଚାପ ସମ୍ବନ୍ଧରେ ସଚେତନତା ପ୍ରସାର କରାଯାଇଛି। ଆପଣମାନଙ୍କୁ ବିଶେଷକରି, ଯୁବା ଓ ଛାତ୍ରଛାତ୍ରରମାନଙ୍କୁ ଅନୁରୋଧ, ଆଗାମୀକାଲି ରେକର୍ଡ ସଂଖ୍ୟାରେ ଏହି କାର୍ଯ୍ୟକ୍ରମରେ ଯୋଗ ଦିଅନ୍ତୁ। ତୁମମାନଙ୍କ ସହିତ କଥାବାର୍ତ୍ତା କରି ମୁଁ ସୁଖୀ ହେବି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    24.1 ° C
    24.1 °
    24.1 °
    96 %
    4.2kmh
    100 %
    Wed
    24 °
    Thu
    25 °
    Fri
    28 °
    Sat
    28 °
    Sun
    23 °

    ସମ୍ବନ୍ଧିତ