Thursday, September 24, 2026
23.9 C
Odisha

    ଦିଲ୍ଲୀ: ପୁଲିସ ବାବୁଙ୍କ ଗାଡ଼ି ଧକ୍କାରେ ରିକ୍ସାଚାଳକ ମୃତ, ମାମଲା ରୁଜ୍ଜୁ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ପଶ୍ଚିମ ଦିଲ୍ଲୀର ମାୟାପୁରୀ ଅଞ୍ଚଳରେ ଶନିବାର ଦିନ ଦିଲ୍ଲୀ ପୋଲିସର ଜଣେ ଅଧିକାରୀଙ୍କ କାର୍ ଏକ ଇ-ରିକ୍ସାକୁ ଧକ୍କା ଦେବାଫଳରେ ଜଣେ ରିକ୍ସା ଚାଳକଙ୍କ ମୃତ୍ୟୁ ଘଟିଛି ବୋଲି ପୁଲିସ୍ ଅଧିକାରୀମାନେ ଏହି ସୂଚନା ଦେଇଛନ୍ତି। ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ମାୟାପୁରୀ ଥାନା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ରାସ୍ତା ଅବରୋଧ କରିଥିଲେ। ଏହା ସହିତ ସେମାନେ ମୃତ ରିକ୍ସାଚାଳଙ୍କ ପରିବାରକୁ ସରକାରୀ ସହାୟତା ପାଇଁ ଦାବି କରିତିଲେ ।
    ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିବା ସାଗରପୁରନିବାସୀ ଅମିତ ଝାଙ୍କୁ ଦୀନଦୟାଲ ଉପାଧ୍ୟାୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା । ଦୁର୍ଘଟଣା ଘଟାଇଥିବା ପୁଲିସ ଅଧିକାରୀଙ୍କ ବିରୋଧରେ ଭାରତୀୟ ପିଙ୍ଗଳ କୋଡ୍ ର ଧାରା ୨୭୯ (ବେପରୁଆ ଗାଡି ଚଳାଇବା), ୩୩୭ (ଅନ୍ୟମାନଙ୍କ ଜୀବନ କିମ୍ବା ବ୍ୟକ୍ତିଗତ ନିରାପତ୍ତା ପ୍ରତି ବିପଦ ସୃଷ୍ଟି କରି ଆଘାତ ଦେବା) ଏବଂ ୩୦୪ଏ (ଅବହେଳା ଯୋଗୁଁ ମୃତ୍ୟୁ) ଅନୁଯାୟୀ ମାମଲା ରୁଜୁ କରାଯାଇଛି। ଅଧିକାରୀଙ୍କ ଡାକ୍ତରୀ ମାଇନା କରାଯିବା ସହ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ବୋଲି ପୁଲିସ କହିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    moderate rain
    23.9 ° C
    23.9 °
    23.9 °
    98 %
    3kmh
    100 %
    Wed
    24 °
    Thu
    25 °
    Fri
    28 °
    Sat
    28 °
    Sun
    23 °

    ସମ୍ବନ୍ଧିତ