Wednesday, April 15, 2026
41.7 C
Odisha

    ଘର ଛାଡିଲେ ପାଣ୍ଡ୍ୟାଙ୍କ ପତ୍ନୀ ନତାଶା

    ଆଗକୁ ପଢନ୍ତୁ

    ମୁମ୍ବାଇ: ଭାରତୀୟ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ତାଙ୍କ ପତ୍ନୀ ନତାଶା ଷ୍ଟାନକୋଭିକ ଛାଡ଼ପତ୍ରର ଖବରକୁ ନେଇ ଚର୍ଚ୍ଚାରେ ରହିଛନ୍ତି। ଦୀର୍ଘ ଦିନ ଧରି କଳ୍ପନା ଜଳ୍ପନା ଚାଲିଥିଲା ଯେ ଉଭୟଙ୍କ ମଧ୍ୟରେ କିଛି ଭୁଲ ବୁଝାମଣା ହୋଇଛି ଏବଂ ସେଥିପାଇଁ ସେମାନେ ଅନେକ ମାସ ଧରି ଅଲଗା ରହୁଛନ୍ତି। ହାର୍ଦ୍ଦିକଙ୍କ ଭାଇଙ୍କ ଏକ ପୋଷ୍ଟ ପରେ, ସେମାନଙ୍କ ଛାଡପତ୍ର ଖବର ବୃଦ୍ଧି ପାଇଥିଲା। ନିକଟରେ ନତାଶା ଲଗେଜ୍‌ ବ୍ୟାଗ ସହିତ ବିମାନବନ୍ଦରରେ ନଜର ଆସିଥିଲେ। ସେ ଏକ ନୁହଁନ୍ତି ତାଙ୍କ ସାଙ୍ଗରେ ତାଙ୍କ ପୁଅ ଅଗସ୍ତ୍ୟ ମଧ୍ୟ ଥିଲେ। ତେବେ ହାର୍ଦ୍ଦିକ ଆଉ ନତାଶାଙ୍କ ମଧ୍ୟରେ କ’ଣ ହୋଇଛି? ପ୍ରଶଂସକମାନେ ଜାଣିବାକୁ ଚାହୁଁଛନ୍ତି। ଅନ୍ୟପଟେ ନତାଶା ତାଙ୍କ କ୍ରିପ୍ଟିକ ପୋଷ୍ଟ ସହିତ ଛାଡପତ୍ର ଗୁଜବକୁ ଅଣଦେଖା କରୁଥିବା ବେଳେ ହାର୍ଦ୍ଦିକ ମଧ୍ୟ ଏହି ପ୍ରସଙ୍ଗରେ ନୀରବତା ବଜାୟ ରଖିଛନ୍ତି। ଛାଡପତ୍ର ଖବର ମଧ୍ୟରେ ନତାଶାଙ୍କୁ ପୁଅ ଅଗସ୍ତ୍ୟଙ୍କ ସହ ମୁମ୍ବାଇ ବିମାନବନ୍ଦରରେ ଦେଖିବାକୁ ମିଳିଛି। ତାଙ୍କର ଏହି ଭିଡିଓ ଦ୍ରୁତ ଗତିରେ ଭାଇରାଲ ହେଉଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    41.7 ° C
    41.7 °
    41.7 °
    11 %
    3.2kmh
    2 %
    Wed
    41 °
    Thu
    44 °
    Fri
    44 °
    Sat
    43 °
    Sun
    44 °

    ସମ୍ବନ୍ଧିତ